ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ଅପିଲ କଲେ ମୁଖ୍ୟମନ୍ତ୍ରୀ, କହିଲେ ଯୁବ ପିଢ଼ିଙ୍କ ପାଇଁ ସେ ପ୍ରେରଣା

ମେଗା ରୋଡ ସୋ’ ପରେ ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ମଥ ଜଣେ ଯୁବ ପ୍ରତିଭା , ସେ ପାଇଲଟ୍ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଛନ୍ତି । ଯୁବ ପିଢ଼ିଙ୍କ ପାଇଁ ସେ ପ୍ରେରଣା ବୋଲି କହିବା ସହ ତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ।

ଭୁବନେଶ୍ୱର (କେନ୍ୟୁଜ): ମେଗା ରୋଡ ସୋ’ ପରେ ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ମନ୍ମଥ ଜଣେ ଯୁବ ପ୍ରତିଭା , ସେ ପାଇଲଟ୍ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଛନ୍ତି ।  ଯୁବ ପିଢ଼ିଙ୍କ ପାଇଁ ସେ ପ୍ରେରଣା ବୋଲି କହିବା ସହ ତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ।

କହିଛନ୍ତି, ଆପଣ ଦେଖିଛନ୍ତି ଗତ ୫ ବର୍ଷରେ ବିଜେପି ସାଂସଦ କୌଣସି ବଡ କାମ କରିନାହାନ୍ତି । ଏପରିକି ଏକାମ୍ର ଏବଂ ଲିଙ୍ଗରାଜ ମନ୍ଦିରର ରୂପାନ୍ତରୀକରଣ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ମନ୍ମଥ ଭୁବନେଶ୍ବର ଲୋକଙ୍କ ଉନ୍ନତି ପାଇଁ ଦିନ ରାତି ମୋ ସାଙ୍ଗରେ କାମ କରିବେ । ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର ଭାବେ ଗଢିବାରେ ସହଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

You might also like