ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ ଭୁବନେଶ୍ୱର ରୁ ବଡମ୍ବା-ନରସିଂହପୁର ଯୋଡୁଥିବା ଦୀର୍ଘତମ ସେତୁ

ଭୁବନେଶ୍ୱର(କେନ୍ୟୁଜ) : ବଡମ୍ବା ଏବଂ ବାଙ୍କୀ ଇତିହାସରେ ଯୋଡ଼ିହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ମହାନଦୀ ଉପରେ ଯୋଡି ହେଲା ବହୁ ପ୍ରତୀକ୍ଷିତ ସମ୍ପର୍କର ସେତୁ । ଆସନ୍ତାକାଲି ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ବଡମ୍ବା-ଗୋପିନାଥପୁର ଠାରୁ ବାଙ୍କୀ ବୈଦେଶ୍ୱରକୁ ସଂଯୋଗ ହୋଇଥିବା ଏହି ଟି-ସେତୁ ।

ଏହା ନିର୍ମାଣ ହେବା ଫଳରେ ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ-ବ୍ରହ୍ମପୁର ସହ ଢେଙ୍କାନାଳ, ଅନୁଗୁଳ ଓ ବୈାଦ୍ଧ ଜିଲ୍ଲାକୁ ଯୋଗାଯୋଗ ସୁଗମ ହେବ । କଟକ ଜିଲ୍ଲାର ବଡମ୍ବା ଗୋପୀନାଥପୁର ନିକଟ ଖେଳପଡ଼ିଆରେ ମହାନଦୀ ଉପରେ ନିର୍ମାଣ ହୋଇଛି ୩ କ.ମି ବିଶିଷ୍ଟ ଏହି ଦୀର୍ଘତମ ଟି-ସେତୁ ।

ସେତୁର ମଧ୍ୟ ଭାଗରୁ ବାବା ସିଂହନାଥଙ୍କ ଶୈବପୀଠକୁ ଏକ ସେତୁ ଯୋଡାଯାଇଥିବାରୁ ଏହାକୁ ଟି-ସେତୁ ବୋଲି ଅବିହିତ କରାଯାଇଛି । ଆସନ୍ତାକାଲି ସକାଳା ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପୀନାଥପୁରରେ ସେତୁର ଲୋକାର୍ପଣ କରିବେ । ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପ୍ରଯ୍ୟାୟରେ ପହଞ୍ଚିଛି ।

ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଧାୟକ ପ୍ରମୁଖ ସେତୁର ସମୀକ୍ଷା କରିଥିବା ବେଳେ ଗ୍ରାମାଞ୍ଚଳ ଏସପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ସୁରକ୍ଷା ପାଇଁ ୨ଜଣ ଏସଡିପିଓ, ୫ ଜଣ ଡିଏସପି ସହ ୧୪ ପ୍ଳାଟୁନ ଫୋର୍ସ ମୁତୟନ ଅଛନ୍ତି ।

Leave A Reply

Your email address will not be published.