ଆଜି ଯାଜପୁର ଓ ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଯାଜପୁର(କେନ୍ୟୁଜ୍) : ଆଜି ଯାଜପୁର ଜିଲ୍ଲାର ବଡଚଣା ଓ ଭଦ୍ରକର ଚାନ୍ଦବାଲି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବଡଚଣାବାସୀଙ୍କୁ ୫ ଶହରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବାର କାର୍ଯ୍ୟକ୍ରମ ରହିଛି । ଗେଙ୍ଗୁଟି ନଦୀ ଉପରେ ବାଇଶି ମୌଜା ସେତୁ ସହ ବଡଚଣା ବ୍ଲକ ପରିସରରେ ସହିଦ ସ୍ତମ୍ଭର ଉଦ୍‌ଘାଟନ କରିବେ । ସେହିପରି ବସୁଧା ଯୋଜନାରେ ମେଗା ପାନୀୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦୟଗିରି-ଲଳିତଗିରି- ରତ୍ନଗିରିକୁ ସଂଯୋଗୀକରଣ ରାସ୍ତାର ଶିଳାନ୍ୟାସ କରିବେ ନବୀନ । ଏଥିସହ ଚଣ୍ଡିଖୋଲର ସୁଙ୍ଗୁଡ଼ା ଖେଳ ପଡିଆଠାରେ ଆୟୋଜିତ ବିକାଶ ସମାବେଶରେ ଯୋଗ ଦେଇ ଜନସାଧାରଣକୁ ସମ୍ବୋଧନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଚାନ୍ଦବାଲି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ :

ସେହିପରି ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖାପାଖି ୧୫ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଦିନ ୧୨ ଟା ୩୦ ମିନିଟରେ ଟାରେ ଦୁର୍ଗା ପଡିଆରେ ପଡିଆରେ ପହଞ୍ଚିବେ । ପାଖାପାଖି ୩୦ ହଜାର କର୍ମୀଙ୍କୁ ଉଦବୋଧନ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ସରିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।