କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ଜନହିତକର ପ୍ରକଳ୍ପର କଲେ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଜନହିତକର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଆନନ୍ଦପୁରରେ ପହଞ୍ଚିବା ପରେ ୪୭୫ କୋଟି ଟଙ୍କା ବ୍ୟୟରେ ଆନନ୍ଦପୁରରେ ନିର୍ମିତ ବ୍ୟାରେଜ୍‌ର ଉଦ୍‌ଘାଟନ କରିଛନ୍ତି । ଏହି ବ୍ୟାରେଜ୍ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି, ଘସିପୁରା ଏବଂ ବାଲେଶ୍ୱର ଜିଲ୍ଲାର ଖଇରା, ଔପଦା, ନୀଳଗିରି, ବାଲେଶ୍ୱର, ରେମୁଣା ଏବଂ ସୋର ବ୍ଲକର ୬୦ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବ ।

ସେହିପରି ଆନନ୍ଦପୁର ମିନି ଷ୍ଟାଡିୟମ୍‌ରେ ପହଞ୍ଚି ମୁଖ୍ୟମନ୍ତ୍ରୀ ତେଲକୋଇ, ପାଟଣା, ହରିଚନ୍ଦନପୁର, ଘଟଗାଁ ବ୍ଳକରେ ୧୩୧୭ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ମେଗା ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହ ସାହରପଡ଼ା, ଘସିପୁରା, ଆନନ୍ଦପୁର ଏବଂ ହାଟଡିହି ବ୍ଲକରେ ପ୍ରାୟ ୮୨୦ କୋଟି ଟଙ୍କା ବ୍ୟୟରେ ମେଗା ଜଳ ଯୋଗାଣ ପ୍ରକଳ୍ପ ଓ ୩୫ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟରେ ଚାନ୍ଦପୋଷୀ-ଦେଓଧର-ବିନିଦା ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିପରି ୪୨ କୋଟି ଟଙ୍କା ବ୍ୟୟରେ ରାସ୍ତା ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.