ରାଜ୍ୟ

କରୋନା ବିପତ୍ତି ସମୟରେ ଘରେ ଥିବା ବୟସ୍କଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ଏବେ ସ୍ଥିତି ଠିକ୍‌ ଅଛି । ତଥାପି ଆମକୁ ଆହୁରି ୧୫୪ ଦିନ ସତର୍କ ଓ ସଚେତନ ରହିବାକୁ ପଡ଼ିବ । ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ପ୍ରତିଦିନ ଭଳି ଆଜି ମଧ୍ୟ ଠିକ୍‌ ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ୱର ଜୟଦେବ ଭବନ ନିକଟ ଗୀତ ଗୋବିନ୍ଦ ଭବନରେ ଆୟୋଜିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀ । ତେବେ ବିଭିନ୍ନ ପ୍ରସଙ୍ଗ ଭିତରେ ସବୁଠାରୁ ସମ୍ବେଦନଶୀଳ ଥିଲା ବରିଷ୍ଠ ନାଗରିକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବାର୍ତ୍ତା । ଏ ସମ୍ପର୍କରେ ବାଗଚି ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ବରିଷ୍ଠ ନାଗରିକମାନଙ୍କୁ କିଭଳି ଭାବେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିବା ସେ ସମ୍ପର୍କରେ କହିଥିଲେ । ଏହି ସମୟରେ ସେମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ସହ ଧୈର୍ଯ୍ୟର ସହିତ ସେମାନଙ୍କ ମନ କଥା ବୁଝିବାକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେମାନଙ୍କ କଥା ଶୁଣିବା ସହ ସେମାନଙ୍କ ସହିତ ଆଲୋଚନା କରିବା ଦରକାର । ତାଙ୍କ ମନପସନ୍ଦର ଜିନିଷ ଆଣିଦେବା, ପୁରୁଣା ସ୍ମୃତି ସବୁ ମନେ ପକାଇ ମଜା ମଜା କଥା କହିବା ଦରକାର । ଏଭଳି ସମୟରେ ଏମିତି କଥା କେଇ ପଦେ ହିଁ ସେମାନଙ୍କୁ ଅନେକ ଆଶ୍ୱାସନା ଦେବ ବୋଲି ଅତି ସୁନ୍ଦର ଭାବେ ଉଦାହରଣ ଦେଇ ବୁଝାଇଛନ୍ତି ସୁବ୍ରତ ବାଗଚି ।

ଏହିଠାରେ ମନେ ପକାଇଦେବାକୁ ଚାହୁଁଛୁ ଯେ ଦୁଇ ବର୍ଷ ତଳେ ବରିଷ୍ଠ ନାଗରିକଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ କହିଥିଲେ ଯେ ‘ଏହି ବୟସ୍କ ବ୍ୟକ୍ତିଙ୍କୁ ଅବହେଳା କରି କୌଣସି ସମାଜ ଉନ୍ନତି କରି ପାରିବ ନାହିଁ ’। ଏମାନଙ୍କ ପାଇଁ ସେ ନିଜେ କେତେ ସମ୍ବେଦନଶୀଳ ତାହା ପୁଣି ଥରେ ଦର୍ଶାଇଛନ୍ତି ।
ଆହୁରି ମଧ୍ୟ ପରିବାର ଭିତରେ ସମସ୍ତେ ସମସ୍ତଙ୍କୁ କିଛି ସମୟ ଦେଇ ନିକଟତର ହେବାକୁ ଶ୍ରୀ ବାଗଚୀ ପରାମର୍ଶ ଦେଇଛନ୍ତି ।

ଧାର୍ମିକ ସ୍ଥଳ ପାଇଁ କଡ଼ା କଟକଣା

ଆସନ୍ତା କାଲିଠାରୁ ଏପ୍ରିଲ ୧ ଯାଏ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଭକ୍ତଙ୍କ ଦର୍ଶନ କରିବା ଉପରେ କଟକଣା ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି । ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳରେ ମଧ୍ୟ ଏଭଳି କଟକଣା କରାଯାଇଛି । କେବଳ ସେଠାକାର ରୀତିନୀତି ନିୟମିତ ଭାବେ ସମ୍ପନ୍ନ ହେବ । ଭକ୍ତମାନେ ଏକାଠଇ ହେବେ ନାହିଁ କିମ୍ବା କୌଣସି କାର୍ଯ୍ୟକ୍ରମ କରି ପାରିବେ ନାହିଁ ।

ଡରନ୍ତୁନି, କରୋନା ପଜେଟିଭ୍‌ଙ୍କ ବାପା ଓ ଭଉଣୀଙ୍କ ନମୂନା ନେଗେଟିଭ୍‌

ଆଜି ସୁଦ୍ଧା ମୋଟ୍‌ ୬୧ଟି ନମୁନାରୁ ୬୦ଟି ନେଗେଟିଭ୍‌ ଓ ଗୋଟିଏ ପଜେଟିଭ ବାହାରିଛି । ଆଇସୋଲେସନ୍‌ ସଂଖ୍ୟା ବୃଦ୍ଧି ପାଇଛି । ପଜେଟିଭ ଆସିଥିବା ବ୍ୟକ୍ତ ଜଣକର ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି ଏବଂ ସେ ଭଲ ଭାବେ ଖିଆପିଆ କରୁଥିବା ସୂଚନା ଦେଇଛନ୍ତି । ତାଙ୍କ ବାପା ଓ ଭଉଣୀଙ୍କର ମଧ୍ୟ ନମୂନା ଯାଞ୍ଚ କରାଯାଇଛି । ଯାହା ନେଗେଟିଭ୍‌ ଆସିଛି ବୋଲି ସୂଚନା ଦିଆଯାଇଛି ।

ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଜିଲ୍ଲା ସ୍ତରର ସମସ୍ତ ମୁଖ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜରେ କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏମିତିକ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ ଓ କିଛି ବେସରକାରୀ ଡାକ୍ତରଖାନାରେ ମଧ୍ୟ ବେଡ୍‌ ବ୍ୟବସ୍ଥା ରହିଛି । ଗ୍ରାମ ପଞ୍ଚାୟତଗୁଡ଼ିକରେ ଲୋକଙ୍କୁ ସଚେତନ କରାଯାଉଛି । ୬୭୯୮ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ କରାଯାଇଛି ।

୧୦୪କୁ ଆହୁରି ବ୍ୟବସ୍ଥିତ କରାଯିବ

ଆଜି ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୋଟ୍‌ ୧୦୯ଟି ଦେଶରୁ ଓଡ଼ିଶାକୁ ଲୋକ ଆସିଛନ୍ତି । ଆଜି ଦିନ ୩ଟା ସୁଦ୍ଧା ୨୬୨୬ ଜଣ ସରକାରୀ ପୋର୍ଟାଲ୍‌ରେ ରେଜିଷ୍ଟ୍ରେସନ୍‌ କରିଛନ୍ତି । ମୋଟ୍‌ ୩୦ଟି ଜିଲ୍ଲାରୁ ଲୋକେ ରେଜିଷ୍ଟ୍ରେସନ୍‌ କରିଛନ୍ତି । କରୋନା ସମ୍ପର୍କରେ ଜାଣିବାକୁ ଯେଉଁ ୧୦୪ ଫୋନ୍‌ ନମ୍ବର ଦିଆଯାଇଛି ଆଜି ସେଥିରେ ୧୨ ହଜାରରୁ ଅଧିକ କଲ୍‌ ଆସିଛି ।

ଡ. କ୍ରିଷନ୍‌ କୁମାର ସୂଚନା ଦେଇଥିଲେ ଯେ ୧୦୪ରେ ଆସୁଥିବା ଫୋନ୍‌ କିମ୍ବା ରେଜିଷ୍ଟ୍ରେସନ୍‌ କରୁଥିବା ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ୧୦୪ ବ୍ୟବସ୍ଥାକୁ ଆହୁରି ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ଉଦ୍ୟମ ଚଳାଇଛୁ ବୋଲି ସେ କହିଛନ୍ତି ।
ଆହୁରି ମଧ୍ୟ ଜଣେ କରୋନା ସଂକ୍ରମିତ ଚିକିତ୍ସା କିମ୍ବା କେମିତି ଭଲ ହେଲେ କରୋନା ସଂକ୍ରମିତ ବୋଲି କହିବା । ୧୪ ଦିନ ଆଇସୋଲେସନ୍‌ ରେ ରହିବା ପରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ସବୁଜ ସଂକେତ ଦେଲେ ଯାଇ ଭଲ ହୋଇଛନ୍ତି ବୋଲି ମିନିବାକୁ ହେବ ।

ଘୁଞ୍ଚିଲା ପରୀକ୍ଷା ଓ ମାଟ୍ରିକ୍‌ ଖାତା ଦେଖା

ଆସନ୍ତା ସୋମବାର ଠାରୁ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏମିତିକି ମାଟ୍ରିକ୍‌ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଯାହା ଆଜିଠାରୁ ଆରମ୍ଭ ହୋଇଥିଲା ।

ଜେଲ୍‌ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ

ଜେଲ୍‌ ପରିସର ଓ ଭିତରକୁ ସ୍ୱଚ୍ଛ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ଅନ୍ତେବାସୀଙ୍କୁ ଭେଟିବାକୁ ଆସୁଥିବା ସମ୍ପର୍କୀୟ ପାଇୁଁ ମୁଲାକାତ ବ୍ୟବସ୍ଥା କରାଯାଇଛି । ପୋଖରୀରେ ଗାଧୋଇବା ଉପରେ କଟକଣା କରାଯାଇଛି । ଆପାର୍ଟମେଣ୍ଟରେ ଥିବା ସୋସାଇଟିକୁ ନିର୍ଦ୍ଦେଶ ଦିଆଯାଇଛି । ଭିତର କନିକା ଆଦି ଅଭୟାରଣ୍ୟ ଭଳି ଜାଗା ଉପରେ ମଧ୍ୟ କଟକଣା କରାଯାଇଛି ।

KNews Bureau

Recent Posts

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

10 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

22 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

59 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago