ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ , ୧୨୪୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ସହ କରିବେ ଉଦଘାଟନ

ବାଲେଶ୍ୱର(କେନ୍ୟୁଜ୍) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ । ମୁଖ୍ୟମନ୍ତ୍ରୀ ପ୍ରଥମେ ତାଳସାରି ବେଳାଭୂମି ମହୋତ୍ସବରେ ଯୋଗଦେବା ସହ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାପରେ ବାଲେଶ୍ୱର ପୋଲିସ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ଯୁବ ସମ୍ମିଳନୀରେ ଯୋଗଦେବେ । କାର‌୍ୟ୍ୟକ୍ରମରେ ପ୍ରାୟ ୪୦ ହଜାର ଯୁବକ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି । ୧୨୪୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ୱର ରିଙ୍ଗରୋଡ୍‌, ସୁବର୍ଣ୍ଣରେଖା ବନ୍ଦର, ଇଡକୋ ଟାୱାର ଓ ପନ୍ତେଇ ଘାଟ ପାଇଁ ପୋଲ ଏବଂ ଜଳେଶ୍ୱର ରେଲୱେ ଓଭର ବ୍ରିଜ୍‌ ପାଇଁ ଶିଳାନ୍ୟାସ କରିବେ । ଏଥିସହ ତାମୂଳିଆ ରେଲୱେ ଓଭର ବ୍ରିଜ୍‌ ଉଦଘାଟନ କରିବାର ମଧ୍ୟ କାର‌୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରା ସହରରେ ପୋଷ୍ଟର ବ୍ୟାନର ଛାଇ ଯାଇଥିବା ବେଳେ ଉତ୍ତର ଓଡ଼ିଶା ଯୁବ ସମାବେଶ ପାଇଁ ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଆଜି ସୁବର୍ଣ୍ଣରେଖା ବନ୍ଦରରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ :

ସେପଟେ ଆଜି ସୁବର୍ଣ୍ଣରେଖା ବନ୍ଦରରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ୫୧ ପ୍ରତିଶତ ସେୟାର ନେଇଥିବା ଟାଟା ଷ୍ଟିଲ ଏମ୍‌ଡି-ସିଇଓ ଟିଭି ନରେନ୍ଦ୍ରନ୍‌ଙ୍କ ସହ ଟାଟା ଷ୍ଟିଲର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ପ୍ରାରମ୍ଭିକ ପର‌୍ୟ୍ୟାୟରେ ଟାଟା ଷ୍ଟିଲକୁ ୬୯୨ ଏକର ଜାଗା ଦିଆଯାଇଛି । ଖୁବ୍‌ ଶୀଘ୍ର ପୋର୍ଟର କାମ ଆରମ୍ଭ ହେବ । ଜମି ଅଧିଗ୍ରହଣ, ଭିତ୍ତିଭୂମି ବିକାଶ ନେଇ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.