ହୋସଲା-୨୦୧୮ରେ ସଫଳତା ପାଇଥିବା ଓଡ଼ିଶାର ବାଳକ ବାଳିକାଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ହୋସଲା-୨୦୧୮ରେ ସଫଳତା ପାଇଥିବା ଓଡ଼ିଶାର ବାଳକ ବାଳିକାଙ୍କୁ ସମ୍ବର୍ଦ୍ଧନା। ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ ଓଡିଶାର ୩୭ଜଣ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ଜଣ ସ୍ୱର୍ଣ୍ଣ ପହକ ହାସଲ କରିଛନ୍ତି। ଅଂଶଗ୍ରହଣ କରିଥିବା ୧୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଟିମ୍‌ ପ୍ରଥମ ହୋଇଥିଲା। ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ହାସଲ କରିଛି ଟିମ୍‌। ସ୍ୱର୍ଣ୍ଣ ପଦକ ବିଜେତା ଟିମ୍‌ଙ୍କୁ ୫୦ହଜାର, ରୌପ୍ୟ ପଦକ ବିଜେତାଙ୍କୁ ୩୦ହଜାର ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୨୦ହଜରା ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.