କାଲି ଲୋକାର୍ପିତ ହେବ ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ, ଜୋର୍ସୋରରେ ଚାଲିଛି କାମ
ନିର୍ଦ୍ଧାରିତ ସମୟ ପୂର୍ବରୁ ଡାକୋଟାରୁ ସଂପୂର୍ଣ୍ଣ ଖଞ୍ଜିବାକୁ କାମ କରୁଛନ୍ତି କର୍ମଚାରୀ ଓ ଶ୍ରମିକ ମାନେ । ଡାକୋଟା ବିମାନର ବଡି ପାର୍ଟ କାମ ୯୦ ଭାଗ ସରିଲାଣି । ଆଗମୀ ୨୪ ଘଣ୍ଟାରେ ବାକି ୧୦ପ୍ରତିଶତ କାମ ସାରିବାକୁ ଟାର୍ଗେଟ ରହିଛି ।

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ବିଜୁ ଜୟନ୍ତୀରେ ଲୋକାର୍ପିତ ହେବ ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ । ଏହାପୂର୍ବରୁ ଜୋର୍ସୋରରେ ଚାଲିଛି କାମ । ନିର୍ଦ୍ଧାରିତ ସମୟ ପୂର୍ବରୁ ଡାକୋଟାରୁ ସଂପୂର୍ଣ୍ଣ ଖଞ୍ଜିବାକୁ କାମ କରୁଛନ୍ତି କର୍ମଚାରୀ ଓ ଶ୍ରମିକ ମାନେ । ଡାକୋଟା ବିମାନର ବଡି ପାର୍ଟ କାମ ୯୦ ଭାଗ ସରିଲାଣି ।
ଆଗମୀ ୨୪ ଘଣ୍ଟାରେ ବାକି ୧୦ପ୍ରତିଶତ କାମ ସାରିବାକୁ ଟାର୍ଗେଟ ରହିଛି । ଏଥିରେ ଉତ୍କଳ ଏରୋ ସ୍ପେସ ଇଂଜିନିୟର କଲେଜର ଛାତ୍ରଛାତ୍ରୀମାନେ ଲାଗିଛନ୍ତି । ଗୋଟିଏ ଦିନରେ ଟିମ ହିସାବରେ କାମ କରୁଛନ୍ତି ଛାତ୍ରଛାତ୍ରୀ । ଡାକୋଟା ବିମାନ ପାର୍ଶ୍ୱରେ ଚାଲିଥିବା ଉନ୍ନତି ମୂଳକ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।