ରିଲାଏନ୍‌ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଶାରେ ନିବେଶ ନେଇ କଲେ ଆଲୋଚନା

ଅମ୍ବାନୀ କହିଛନ୍ତି, ଓଡ଼ିଶା ନିବେଶର ଉପଯୁକ୍ତ ସ୍ଥାନ । ରିଲାଏନ୍‌ସର ଇଣ୍ଡଷ୍ଟ୍ରିର ଆଗାମୀ ଦିନରେ ଇନ୍‌ଭେଷ୍ଟମେଣ୍ଟ ନେଇ କଣ ଯୋଜନା ରହିଛି ଏବଂ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଛି।

କେନ୍ୟୁଜ୍(ବ୍ୟୁରୋ): ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍‌ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏହି ଅବସରରେ ଅମ୍ବାନୀ କହିଛନ୍ତି, ଓଡ଼ିଶା ନିବେଶର ଉପଯୁକ୍ତ ସ୍ଥାନ । ରିଲାଏନ୍‌ସର ଇଣ୍ଡଷ୍ଟ୍ରିର ଆଗାମୀ ଦିନରେ ଇନ୍‌ଭେଷ୍ଟମେଣ୍ଟ ନେଇ କଣ ଯୋଜନା ରହିଛି ଏବଂ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଛି। ଆଲୋଚନା ସମୟରେ 5T ସଚିବ ଭି.କେ ପାଣ୍ଡିଆନ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ । ପରେ P&G ହାଇଜିନ୍‌ ଆଣ୍ଡ ହେଲ୍‌ଥ କେୟାରର ଏମଡି- ଇଣ୍ଡିଆ ଏଲଭି ବୈଦ୍ୟନାଥନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଦେଶରେ ଓଡ଼ିଶା ଏକ ହେଲ୍‌ଥ କେୟାର ହବ୍‌ ଭାବେ ମୁଣ୍ଡ ଟେକିଥିବା ସେ କହିଛନ୍ତି। ଏହାସହ ଆଇଓନ ଏକ୍ସଚେଞ୍ଜର ଅଧ୍ୟକ୍ଷ ରାଜେଶ ଶର୍ମା ରାଜ୍ୟରେ ପୁଞ୍ଜିନିବେଶ ସୁଯୋଗ ଓ ରାଜ୍ୟର ରପ୍ତାନୀ ଦକ୍ଷତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ନୂଆ ନିଯୁକ୍ତି ସୁଯୋଗ ପାଇଁ ଦ୍ୱାର ଖୋଲିବା ସହ ରାଜ୍ୟରେ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ଉପରେ ଉଭୟ ମତବିନିମୟ କରିଛନ୍ତି।

ସେପଟେ କ୍ରୀଡ଼ାକ୍ଷେତ୍ରରେ ଓଡିଶାକୁ ପୁଣି ଏକ ଜାତୀୟ ପୁରସ୍କାର। କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ସମ୍ମାନିତ ହେବ ଓ଼ଡିଶା। ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ପୋର୍ଟସ୍‌ ଷ୍ଟାର ଆସେସ ୨୦୨୩ ପକ୍ଷରୁ ପୁରସ୍କାରକୁ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ସ୍ୱତନ୍ତ୍ର କ୍ରୀଡ଼ା ମଡେଲ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା, ପ୍ରତିଯୋଗୀତା, ପ୍ରଶିକ୍ଷଣ, ଭିତ୍ତିଭୂମି ଏବଂ ମେରିଟୋରିଆସ ଆଥ୍‌ଲେଟଙ୍କ ପାଇଁ କଲ୍ୟାଣକାରୀ ଯୋଜନା ମାନ ରହିଛି। ଭୁବନେଶ୍ୱର ଓ ରାଉରକେଲାରେ ୨୦୨୩ରେ ସଫଳତା ପୂର୍ବକ ବିଶ୍ୱକପ୍‌ ପୁରୁଷ ହକି ଆୟୋଜନ କରାଯାଇପାରିଛି। ୨୦୨୨ରେ ମଧ୍ୟ ଓଡ଼ିଶା ଓପନ, ସାଫ୍‌ ୨୦ବର୍ଷରୁ କମ୍‌ ଚାମ୍ପିଅନସିପ୍‌, ଫିଫା ଅଣ୍ଡର ୧୭ ମହିଳା ବିଶ୍ୱକପ୍‌, ଏଫଆଇଏଚ ହକି ପ୍ରୋ ଲିଗ୍‌ ମଧ୍ୟ ଆୟୋଜିତ ହୋଇଛି। .

Leave A Reply

Your email address will not be published.