ଭୁବନେଶ୍ୱର ଏମ୍‌ସରୁ ୧୩ ଦଲାଲ୍‌ ଗିରଫ ଘଟଣା: କମିଶନରେଟ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱର ଏମ୍‌ସରୁ ଦଲାଲ୍‌ ଗିରଫ । ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସଂପର୍କୀୟଙ୍କୁ ଟିକେଟ ବିକ୍ରୀ କରି ଦଲାଲି କରୁଥିବା ଅଭିଯୋଗରେ ୧୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ସେମାନେ ବହୁ ଦିନ ଧରି ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ୍‌ କାଟି ବ୍ଲାକରେ ବିକ୍ରି କରୁଥିଲେ । ବିଶେଷ କରି ବାହାର ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଏମାନେ କରୁଥିଲେ ଟାର୍ଗେଟ। ଏମ୍‌ସରେ ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ରହିଛି । କିନ୍ତୁ ଦଲାଲ ଆଗୁଆ ଟିକେଟ୍‌ କାଟି ରୋଗୀଙ୍କୁ ୪ରୁ ୫ ହଜାର ଟଙ୍କାର ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ।

ଟିକେଟ ସହ ଆଡ୍‌ମିଶନ, ଅନ୍ୟାନ୍ୟ ସୁବିଧା ପାଇଁ ମଧ୍ୟ ଏମାନେ ଟଙ୍କା ଠକୁଥିବା ଜଣାପଡ଼ିଛି। ଖବର ପାଇଁ ଆଜି ଚଢ଼ାଉ କରିଥିଲା ଖଣ୍ଡଗିରି ଥାନା ପୋଲିସ । ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ଖୋଳତାଡ ଜାରି ରହିଛି । ଏମ୍‌ସକୁ ଦଲାଲ ମୁକ୍ତ କରିବା ପାଇଁ କମିସନରେଟ ପୋଲିସ ପଦକ୍ଷେପ ଆରମ୍ଭ କରିଛି।

ସେପଟେ ଏହି ଘଟଣାରେ ଓଡିଶା ପୋଲିସ ଓ କମିସନରେଟ ପୋଲିସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଡାକ୍ତରଖାନା ପରିସରରେ ରୋଗୀଙ୍କୁ ଠକୁଥିବା ଦଲାଲଙ୍କୁ ଛଡ଼ାଯିବ ନାହିଁ ବୋଲି ଟ୍ଵିଟ ଯୋଗେ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.