ରାଜ୍ୟ

ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ଦେଲେ ନିର୍ଦ୍ଦେଶ

କେନ୍ୟୁଜ୍ (ବ୍ୟୁରୋ): ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ହୋଇଥିବା ବାତ୍ୟା ଅମ୍ଫାନ ଯୋଗୁଁ କେଉଁ ଅଂଚଳ, କେତେ ପ୍ରଭାବିତ, କେତେ କ୍ଷୟକ୍ଷତି ହୋଇଛି, ତାର ସମୀକ୍ଷା କରିଛନ୍ତି ନବୀନ । ଗତକାଲି ବାତ୍ୟା ଅମ୍ଫାନ ରାଜ୍ୟର ୪ଟି ଜିଲ୍ଲାରେ ବିଶେଷ କରି କ୍ଷୟକ୍ଷତି କରିଛି ।ବ୍ୟାପକ ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତାକାଲି ସକାଳ ସୁଦ୍ଧା ରାସ୍ତା ସଫା ହେବା ସହ ଯୋଗାଯୋଗ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

ପ୍ରାଥମିକ ଆକଳନ ଅନୁସାରେ ୮୯ଟି ବ୍ଲକର ୪୪ ଲକ୍ଷ ଲୋକ ବାତ୍ୟା ଅମ୍ଫାନରେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି ।  ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର ପାଇଁ ସେସୁ ଅଧୀନରେ ଥିବା ଅଞ୍ଚଳରେ ୨୪ ଘଣ୍ଟା ଓ ନେସ୍କୋ ଅଧିନରେ ୭୨ ଘଣ୍ଟା ପାଇଁ ସମୟ ଦେଇଛନ୍ତି। ଆସନ୍ତା ୩ ଦିନ ଭିତରେ କୃଷି କ୍ଷୟକ୍ଷତିର ଆକଳନ ଓ ସପ୍ତାହେ ମଧ୍ୟରେ ଘର ଭଙ୍ଗା କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ବାତ୍ୟାରେ ପଶ୍ଚିମବଙ୍ଗରେ ହୋଇଥିବା ଧନଜୀବନ କ୍ଷୟକ୍ଷତି ନେଇ ଶୋକ ପ୍ରକାଶ କରିଛନ୍ତି ନବୀନ। ସଂକଟ ସ୍ଥିତିରେ ଓଡ଼ିଶା ପଶ୍ଚିମବଙ୍ଗ ସହିତ ରହିଛି ବୋଲି ସେ କହିବା ସହ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago