ବର୍ଷା ସିଂଙ୍କ ପାଖରେ ଠିଆ ହେବାକୁ ନିଷ୍ପତ୍ତି ନେଲି, ଜଣେ ମହିଳାଙ୍କୁ ଅସମ୍ମାନ କରିବା ନିନ୍ଦନୀୟ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ପଦ୍ମପୁର ବିଜୟକୁ ପଦ୍ମପୁରବାସୀଙ୍କ ବିଜୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଷ୍ଠାର ସହ କାମ ଏବଂ ବିରୋଧୀ ଦଳଙ୍କ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଥିବାରୁ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ ବିଜେପିର କିଛି ନେତା ଅସମ୍ମାନ କଲେ। ତାହା ବହୁତ ଦୁଃଖ ଦେଇଥିଲା। ତେଣୁ ସେ ନିଜେ ଯାଇ ବର୍ଷା ସିଂଙ୍କ ପାଖରେ ଠିଆ ହେବାକୁ ନିଷ୍ପତ୍ତି ନେଲେ ଏବଂ ପଦ୍ମପୁର ପ୍ରଚାର ପାଇଁ ଗଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜଣେ ମହିଳାଙ୍କୁ ଅସମ୍ମାନ କରିବା ନିନ୍ଦନୀୟ। ନମ୍ରତାର ସହ ବିରୋଧୀ ଦଳକୁ ଚେତାଇ ଦେଇ କହିଛନ୍ତି, ମହିଳାମାନଙ୍କୁ ଅସମ୍ମାନ କଲେ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ। କିଛି କେନ୍ଦ୍ରମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଭୂଆଁବୁଲାଇବାକୁ ଚେଷ୍ଟା କରିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ମିଳିିମିଶି କାମ କରିବାକୁ ଆହ୍ଵାନ ଦେଇଛନ୍ତି। ନବୀନ ପୁଣି କହିଛନ୍ତି, ପଦ୍ମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହେବ। ସେ ଖୁବ ଶୀଘ୍ର ପଦ୍ମପୁର ଯିବେ ବୋଲି କହିଛନ୍ତି।