ରାଜ୍ୟ

ପ୍ରତି ଗାଁ ଓ ସହର ସହ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ, ୨୧ଟି ପ୍ରକଳ୍ପକୁ ୧୫୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଉପହାର। ଜିଲ୍ଲାର ପ୍ରତି ଗାଁ ଓ ସହର ସହ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ। ଦୁର୍ଗମ ଅଞ୍ଚଳରେ ଥିବା ପ୍ରତି ଗାଁକୁ ଯୋଗାଯୋଗ କ୍ଷେତ୍ର ବିକାଶ କରିବାକୁ ରାସ୍ତା ନିର୍ମାଣ କରିବାରୁ ୨୧ଟି ପ୍ରକଳ୍ପକୁ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ 5T ସଚିବ ଭିକେ ପାଣ୍ଡିଆନଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଜଣାଇଥିଲେ ସ୍ଥାନୀୟ ବାସିନ୍ଦା। ସମସ୍ୟାର ସମାଧାନ ସହ ଖୁବଶୀଘ୍ର ଅର୍ଥ ମଞ୍ଜୁର ପାଇଁ ପ୍ରତିଶ୍ରୁତି ଦେଇଥିଲେ 5T ସଚିବ। ଜିଲ୍ଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ୨୧ଟି ପ୍ରକଳ୍ପ ପାଇଁ ଅର୍ଥରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୫୮ କୋଟି ଟଙ୍କା ବ୍ୟୟରେ ମାଲକାନଗିରିର ୧୭୨ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯିବ। ଏହାଦ୍ଵାରା ଚିତ୍ରକୋଣ୍ଡା, କାଲିମେଳା, କୋରୁକୁଣ୍ଡା ଓ ପଡ଼ିଆ ବ୍ଲକବାସୀ ବିଶେଷଭାବେ ଉପକୃତ ହେବେ। ମୁଖ୍ଯମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମ ଗୁଡ଼ିକର ସଂଯୋଗୀକରଣ ଯୋଜନାରେ ରାସ୍ତା ନିର୍ମାଣ କରାଯିବ।

ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ମାଓ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ କରି ବିକାଶକୁ ଆଗେଇ ନିଆଯିବ। ଚିତ୍ରକୋଣ୍ଡା ବ୍ଲକରେ ମୁଦୁଲିଗୁଡ଼ା ଠାରୁ ଅମଲିବେଡା ପର୍ଯ୍ୟନ୍ତ ୩୨କିମି ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ ୩୦ କୋଟି ଟଙ୍କା। ସେହିପରି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାସ୍ତା ପୋଲୁର ଠାରୁ କୁର୍ସନପାଲି ପର୍ଯ୍ୟନ୍ତ ସାଢେ ୧୧ କିମି ରାସ୍ତା ପାଇଁ ୯ କୋଟି ଟଙ୍କା ଖର୍ଚ୍ଚ ହେବ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

5 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

24 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

32 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

49 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago