ଓଡ଼ିଶାରେ ନିବେଶ କଲେ ନିବେଶକଙ୍କୁ ମିଳିବ X ପ୍ଲସ ସୁବିଧା: ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

କେନ୍ୟୁଜ୍(ବ୍ୟୁରୋ):ବେଙ୍ଗାଳୁରୁରେ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ X ପ୍ଲସ ପ୍ରତିଶ୍ରୁତି। ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଯଦି କୌଣସି ରାଜ୍ୟ କାରବାର ସୁଯୋଗ ପାଇଁ X ସୁବିଧା ଦେଉଛନ୍ତି ଦେବେ ଓଡ଼ିଶା X ପ୍ଲସ ସୁବିଧା ଯୋଗାଇ ଦେବ। ରାଜ୍ୟରେ ବହୁଳ ପ୍ରାକୃତି ସମ୍ପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର ବଳରେ ଶିଳ୍ପ ଓ ନିବେଶ ପାଇଁ ଓଡ଼ିଶା ଏବେ ଅଗ୍ରଣୀ ରାଜ୍ୟ। ଭାରତର ଅନେକ ଟପ୍‌ ଆଇଟି କମ୍ପାନୀ ଭୁବନେଶ୍ୱରରେ ନିଜ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଷ୍ଟାର୍ଟଅପ୍‌ଗୁଡିକୁ ସରକାର ନିୟମିତ ସହଯୋଗ କରୁଛନ୍ତି। ମାନୁଫେକ୍‌ଚରିଂରେ ନିବେଶ କ୍ଷେତ୍ରରେ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ।

ଇଜ୍‌ ଅଫ ଡୁଇଂ ବିଜନେସରେ ଓଡ଼ିଶା ଆଚିଭର୍ସ ଷ୍ଟେଟର ମାନ୍ୟତା ପାଇଛି। ତେଣୁ ଓଡ଼ିଶା ଆସି ନିବେଶ କର ଏବଂ ଓଡ଼ିଶାର ନୂଆ ଶିଳ୍ପାୟନ ଯୁଗରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡିଶା ଇନଭେଷ୍ଟର୍ସ ମିଟ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ କର୍ପୋରେଟ୍‌ ଟାଇକୁନ୍‌ । ଖୁବଶୀଘ୍ର ରାଜ୍ୟରେ ଡେଭଲପମେଣ୍ଟ ସେଣ୍ଟର ଖୋଲିବେ IBM, accenture, cocentrix, happiest mind ଓ ERNST &YOUNG ।

ସେହିପରି ପର୍ଯ୍ୟଟନ, ଲଜିଷ୍ଟିକ ଓ ହସ୍ତଶିଳ୍ପ କ୍ଷେତ୍ରରେ ସରକାରଙ୍କ ସହ ସିଧାସଳଖ ଯୋଡ଼ିହେବ ଫ୍ଲିପକାର୍ଟ । ଏନେଇ ଏମଓୟୁ ସ୍ୱାକ୍ଷରିତ ହେବ । ପୂର୍ବରୁ ରାଜ୍ୟରେ ଆଇଟି କ୍ଷେତ୍ରରେ ଏତେବଡ଼ ନିବେଶ ହୋଇନଥିଲା । ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ପାଇଁ ପୁଞ୍ଜିନିବେଶ ନେଇ ପ୍ରମୁଖ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.