ଆଜି ହାଇଦ୍ରାବାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତାକାଲି ହାଇଦ୍ରାବାଦରେ ହେଉଛି ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ସେ ହାଇଦ୍ରାବାଦ ଗସ୍ତରେ ଯିବେ । ଟପ୍‌ ବିଜନେସ୍‌ ଲିଡରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଓ୍ଵାନ୍‌ ଟୁ ଓ୍ଵାନ୍‌ କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ କଣ ରହିଛି ସୁଯୋଗ ସେନେଇ ବିଜନେସ୍‌ ଟାଇକୁନଙ୍କୁ ଅବଗତ କରାଇବେ ସରକାର । ବିଶେଷ କରି ରାଜ୍ୟ ସରକାରଙ୍କ ଫୋକସରେ ରହିଛି ୮ଟି ସେକ୍ଟର । ଏହା ଭିତରେ ରହିଛି ଆଇଟି/ଆଇଟିଇଏସ୍‌, ହେଲ୍‌ଥ କେୟାର ଓ ଫାର୍ମାସ୍ୟୁଟିକାଲ୍‌, ଇଏସଡିଏମ୍‌ ଓ ଡାଟା ସେଣ୍ଟର, ମେଟାଲ୍‌ ଓ ମେଟାଲ୍‌ ଡାଉନଷ୍ଟ୍ରିମ୍‌ ।

ସେହିପରି ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ମାଇନିଂ ମେସିନାରୀ, ଅକ୍ଷୟ ଶକ୍ତିରୁ ନିବେଶ ଆଶା କରିଛନ୍ତି ସରକାର । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ କରାଯିବ । ପୂର୍ବରୁ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଳୁରୁ, ଅହମ୍ମବାଦ ସମେତ ଦେଶ ବାହାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.