ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜନେସ୍‌ ଟାଇକୁନଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ

ରାଜ୍ୟରେ ନିବେଶ ନେଇ ଆଲୋଚନା ହେବ । ଓଡ଼ିଶା ସହ ଜାପାନର ବାଣିଜ୍ୟି ସୁସମ୍ପର୍କ ରହିଛି । ବିଭିନ୍ନ ସମୟରେ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ।

ଭୁବନେଶ୍ବର(କେନ୍ୟୁଜ୍):ବିଦେଶରୁ ଆସିବ ବଡ଼ ପୁଞ୍ଜି ନିବେଶ । ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ପ୍ରଥମ ସପ୍ତାହରେ ଗସ୍ତ କରିବା ସମ୍ଭାବନା ରହିଛି । ଯଦିଓ ତାରିଖ ଘୋଷଣା ହୋଇନି କିନ୍ତୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଜାପାନ ଗସ୍ତରେ ଯାଇ ଟପ୍‌ ବିଜନେସ୍‌ ଟାଇକୁନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା କାର୍ଯ୍ୟକ୍ରମ ରହିଛି ।

ରାଜ୍ୟରେ ନିବେଶ ନେଇ ଆଲୋଚନା ହେବ । ଓଡ଼ିଶା ସହ ଜାପାନର ବାଣିଜ୍ୟି ସୁସମ୍ପର୍କ ରହିଛି । ବିଭିନ୍ନ ସମୟରେ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ବିଭିନ୍ନ ସଂସ୍କରଣରେ ଜାପାନ ରାଷ୍ଟ୍ରଦୂତ ସାମିଲ ହୋଇଛନ୍ତି । ଜାପାନର ବହୁ କମ୍ପାନୀ ସମେତ ବିଦେଶ ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶାର ପ୍ରୟାସକୁ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.