୨୬ରେ କବିସୂର୍ଯ୍ୟନଗର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରାକ୍‌ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଏସପି ଜଗନମୋହନ ମୀନା କବିସୂର୍ଯ୍ୟନଗର ଗସ୍ତ କରି ଏହାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରିଛନ୍ତି।କବିସୂର୍ଯ୍ୟନଗର ତହସିଲ କାର୍ଯ୍ୟାଳୟ ନିକଟ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ହୋଇଛି।

କେନ୍ୟୁଜ୍(ବ୍ୟୁରୋ): କବିସୂର୍ଯ୍ୟନଗର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୬ ତାରିଖରେ କବିସୂର୍ଯ୍ୟନଗର ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଏସପି ଜଗନମୋହନ ମୀନା କବିସୂର୍ଯ୍ୟନଗର ଗସ୍ତ କରି ଏହାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରିଛନ୍ତି।

କବିସୂର୍ଯ୍ୟନଗର ତହସିଲ କାର୍ଯ୍ୟାଳୟ ନିକଟ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ହୋଇଛି। ଜିଲ୍ଲାପାଳ ଓ ଏସପିଙ୍କ ପ୍ରାକ୍‌ ପ୍ରସ୍ତୁତି ସମୀକ୍ଷାବେଳେ ଗଞ୍ଜାମ ଜିଲ୍ଲାର ସମସ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ କବିସୂର୍ଯ୍ୟନଗର ଥାନାର ଥାନା ଅଧିକାରୀ ଉପସ୍ଥିତ ରହିଥିଲେ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.