ସିଙ୍ଗାପୁର ଏୟାରପୋର୍ଟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଇନ୍ବେଷ୍ଟମେଣ୍ଟ ମିଟ୍ରେ ଯୋଗଦେବେ
ଖୁବଶୀଘ୍ର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧା ସଳଖ ବିମାନ ଚଳାଚଳ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମେ ଶେଷ ସୁଦ୍ଧା ବିମାନ ଚଳାଚଳ ନେଇ ସେ ଆଶା ରଖିଛନ୍ତି । ଏହା ଦ୍ୱାରା ରାଜ୍ୟରେ ନୂଆ ପୁଞ୍ଜିନିବେଶ ପାଇଁ ବାଟ ଫିଟିବ ।ITES ସିଙ୍ଗାପୁର ସହ ଦକ୍ଷତା ବିକାଶ ନେଇ ରାଜ୍ୟ ସରକାରଙ୍କ ଚୁକ୍ତି ରହିଛି ।

କେନ୍ୟୁଜ୍(ବ୍ୟୁରୋ): ୭ ଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନ୍ବେଷ୍ଟମେଣ୍ଟ ମିଟ୍ରେ ଯୋଗଦେବାକୁ ଯାଇ ସିଙ୍ଗାପୁର ଏୟାରପୋର୍ଟରେ ପହଞ୍ଚିଛନ୍ତି । ଖୁବଶୀଘ୍ର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧା ସଳଖ ବିମାନ ଚଳାଚଳ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମେ ଶେଷ ସୁଦ୍ଧା ବିମାନ ଚଳାଚଳ ନେଇ ସେ ଆଶା ରଖିଛନ୍ତି । ଏହା ଦ୍ୱାରା ରାଜ୍ୟରେ ନୂଆ ପୁଞ୍ଜିନିବେଶ ପାଇଁ ବାଟ ଫିଟିବ ।
ITES ସିଙ୍ଗାପୁର ସହ ଦକ୍ଷତା ବିକାଶ ନେଇ ରାଜ୍ୟ ସରକାରଙ୍କ ଚୁକ୍ତି ରହିଛି । ଓଡ଼ିଶାର ଛାତ୍ରଛାତ୍ରୀ ମାନେ ଏଠାରେ ପ୍ରଶିକ୍ଷଣ ନେଉଛନ୍ତି । ସିଙ୍ଗାପୁରରୁ ୭ ଘଣ୍ଟାର ବିମାନ ଯାତ୍ରା ପରେ ଟୋକିଓରେ ପହଞ୍ଚିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।