ରାଜ୍ୟ

ପଦ୍ମପୁର ହେବକି ଜିଲ୍ଲା ? ଆଜି ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ପଦ୍ମପୁରରୁ ମିଶନ ପଶ୍ଚିମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ। ୨୦୨୪ ପାଇଁ ପଦ୍ମପୁରରୁ ପଶ୍ଚିମଦ୍ୱାର ଖୋଲିବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ୩ ମାସ ଭିତରେ ଏହା ଦ୍ୱିତୀୟ ପଦ୍ମପୁର ଗସ୍ତ। ଆଜିର ଗସ୍ତରେ ବଡ଼ ଘୋଷଣା ହୋଇପାରେ ବୋଲି ଆଶାବାନ୍ଧି ବସିଛନ୍ତି ପଦ୍ମପୁରବାସୀ। ମୁଖ୍ୟମନ୍ତ୍ରୀ ଯେଉଁ ୩ଟି ସ୍ଥାନରେ ପ୍ରଚାର କରିଥିଲେ, ସେଠାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ବିଧାୟିକା ବର୍ଷା ସିଂହ ବରିହାଙ୍କ ସହ ପଦ୍ମପୁରବାସୀଙ୍କ ସାମ୍ନାକୁ ଆସିବେ ନବୀନ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ଶକ୍ତି ପଡିଆ, ପାଇକମାଳ ହାଇସ୍କୁଲ ପଡିଆ ଓ ପଦ୍ମପୁର ଆରବି ହାଇସ୍କୁଲ ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।

ମିଶନ ଶକ୍ତି ଏସ୍‌ଏଚ୍‌ଜି ମହିଳାଙ୍କୁ ଚେକ୍‌ ପ୍ରଦାନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଝାରବନ୍ଧରେ ଉପସ୍ଥିତ ରହିବେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସୁଶାନ୍ତ ସିଂ। ପାଇକମାଳରେ ମନ୍ତ୍ରୀ ପ୍ରତାପ ଦେବ, ରୀତା ସାହୁ ଓ ଟୁକୁନି ସାହୁଙ୍କ ସହ ଉପସ୍ଥିତ ରହିବେ ବିଧାୟିକା ସ୍ନେହାଙ୍ଗିନି ଛୁରିଆ। ପଦ୍ମପୁର ସଭାରେ ଉପସ୍ଥିତ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଡିସେମ୍ବର ୨ରେ ଉପନିର୍ବାଚନ ପ୍ରଚାର କରିଥିଲେ ନବୀନ । ସେତେବେଳେ ପ୍ରମୁଖ ପ୍ରତିଶ୍ରୁତି ଥିଲା ଖୁବଶୀଘ୍ର ପଦ୍ମପୁରକୁ ଜିଲ୍ଲା ମାନ୍ୟତା, ପାଇକମାଳକୁ ଏନ୍‌ଏସି କରିବା, ପାଇକମାଳ ପିଏଚ୍‌ସିକୁ ସିଏଚ୍‌ସି କରିବା, ଝାରବନ୍ଧରେ ଚକ୍ରଧର ଡ୍ୟାମର ପୁନଃରୁଦ୍ଧାର ଓ ୧୧ କେଭି ଷ୍ଟେସନ। ଏଭିତରେ ପାଇକମାଳ PHC ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇ ସାରିଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago