ତାରା ତାରିଣୀ ପୀଠର ବିକାଶ ପାଇଁ ପୁନର୍ବିକାଶ ଯୋଜନା, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାରଙ୍କ ଫୋକସରେ ପ୍ରାଚୀନ ପୀଠର ବିକାଶ । ତାରା ତାରିଣୀ ପୀଠର ବିକାଶ ପାଇଁ ପୁନର୍ବିକାଶ ଯୋଜନା । ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଠିକ୍‌ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାରା ତାରିଣୀ ମନ୍ଦିରର ସିଂହଦ୍ୱାର ପ୍ରବେଶ ପଥ, ପାଥ୍‌ ୱେ, ପାନୀୟ ଜଳ ସୁବିଧା, ପ୍ରସାଦ ସେବନ ମଣ୍ଡପ, ଇଣ୍ଟରପ୍ରିଟେସନ୍‌ ସେଣ୍ଟର, ଲଣ୍ଡା ହେବା କୋଠା, ଶୌଚାଳୟ ଆଦିର ପୁନର୍ବିକାଶ ହେବ। ତାରା ତାରିଣୀ ପୀଠର ବିକାଶ ପାଇଁ ତିଆରି ହୋଇଛି ମାଷ୍ଟର ପ୍ଲାନ୍‌ । ମେଡିଟେସନ ହଲ୍‌ ସହ ମନ୍ଦିର ପଛପାଖ ପାହାଡ ଶୀର୍ଷରେ ଏକ ଭ୍ୟୁ ପଏଣ୍ଟ ନିର୍ମାଣ କରାଯିବ।

tara tarini

ତାରାତାରିଣୀ ମନ୍ଦିର ଭାରତର ଅନ୍ୟଏକ ପୁରାତନ ଶକ୍ତିପୀଠ। ଓଡ଼ିଶାର ଭାସ୍କର୍ଯ୍ୟ ଶୈଳୀକୁ ଦୃଷ୍ଟିରେ ରଖି ଏହାର ବିକାଶ କରାଯିବ। ନୂଆ ମାଷ୍ଟର ପ୍ଲାନର ଲକ୍ଷ୍ୟ, ପୀଠକୁ ଦେଶର ଅନ୍ୟତମ ଆକର୍ଷଣୀୟ ଧାର୍ମିକ ପର୍ଯ୍ୟଟନ ସ୍ଥଳୀଭାବେ ବିକାଶ କରିବା। ମନ୍ଦିର ସହ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନକ୍ସାକୁ ନେଇ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲୋ ସିଏମ୍‌ଓ ମୁଖ୍ୟ ଉପଦେଷ୍ଟା ଆର୍‌ ବାଲକ୍ରିଷ୍ଣ, ପିକେ ଜେନା, 5T ସଚିବ ଭି.କେ. ପାଣ୍ଡିଆନ୍‌, ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଗତ ୩୧ ତାରିଖରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ପୁରୁଷୋତ୍ତମପୁର ନିକଟ ତାରାତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିଥିଲେ । ମନ୍ଦିରର ବିକାଶ ନେଇ ସେବକ ଓ ପରିଚାଳନା କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ସର୍ବନିମ୍ନ ସୁବିଧାସୁଯୋଗ ରହିଛି କି ନାହିଁ ତାହା ପଚାରି ବୁଝିଥିଲେ। ଋଷିକୂଲ୍ୟା ନଦୀ କୂଳରେ ରହିଛି ତାରା ତାରିଣୀଙ୍କ ମନ୍ଦିର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.