ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ବୌଦ୍ଧ ଓ ସୋନପୁର ଜିଲ୍ଲା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ବୌଦ୍ଧ ଜିଲ୍ଲା । ସନ୍ଧ୍ୟା ୫ଟାରେ ଭିଡିଓକନଫରେନ୍ସିଂରେ BSKY ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୩ ଲକ୍ଷ ୭୨ ହଜାର ୩୮୭ ଜଣ ହିତାଧିକାରୀ ଉପକୃତ ହେବେ । ଏଥିସହ ୨୦ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଲୋକାର୍ପଣ ଓ ୪୬୩ କୋଟିର ୫୭ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ମହିଧର୍‌ ରଣା ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ  କହିଛନ୍ତି  ମୁଖ୍ୟମନ୍ତ୍ରୀ ଜଣେ ହୃଦୟବାନ ବ୍ୟକ୍ତି। ଖାଦ୍ୟ ସୁରକ୍ଷାରୁ ଆରମ୍ଭ କରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗରିବ, ଅନୁସୂଚିତ ଜାତି ଓ ଜନଜାତିଙ୍କ କଥା ବୁଝୁଛନ୍ତି। ବୌଦ୍ଧରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଉତ୍ସବରେ ଏହା କହିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। କେବଳ ବିଏସ୍‌କେୱାଇରେ ସ୍ମାର୍ଟ ହେଲ୍‌ଥ କାର୍ଡ ନୁହଁ ବୌଦ୍ଧରେ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଏକ ୩ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ୧୦୨ କୋଟି ଟଙ୍କା ମଞ୍ଜୁର ହୋଇ ସାରିଛି। ସାରା ରାଜ୍ୟରେ ବଡ଼ ବଡ଼ ମେଡିକାଲ ଖୋଲୁଛି। ଡ. ସାମନ୍ତ କହିଛନ୍ତି ନବୀନଙ୍କ ପଦକ୍ଷେପ ଯୋଗୁଁ ଆସନ୍ତା ୫ ବର୍ଷରେ ଓଡ଼ିଶାରେ ଆଉ ଡାକ୍ତରଙ୍କ ଅଭାବ ରହିବ ନାହିଁ।

bsky

ସେହିପରି ସୋନପୁରବାସୀ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଉପକୃତ ହେବେ ୧ଲକ୍ଷ ୫୩ ହଜାର ୯୦୨ ଜଣ ଲୋକ । ଏଥିସହ ସୋନୁପର ଜିଲ୍ଲାକୁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୋନପୁରର ବିକାଶ ପାଇଁ ଆମେ କାମ କରୁଛୁ । ଜଳସେଚନ ଓ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ମଧ୍ୟ କାମ କରାଯାଉଛି । ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.