ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଲେ ନବୀନ

କେନ୍ୟୁଜ୍(ବ୍ୟୁରୋ):   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଚିଠି । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପ୍ରହଲ୍ଲାଦ ସିଂହଙ୍କ ନିକଟକୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶୀ ସଙ୍ଗୀତ ପରମ୍ପରା ପ୍ରାୟ ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀର ହୋଇଥିବା ସତ୍ତ୍ବେ ଏଯାବତ୍ ଭାରତ ସରକାରଙ୍କ ଦ୍ବାରା ଶାସ୍ତ୍ରୀୟ ମାନ୍ୟତା ପାଇନାହିଁ। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଲାଗି ଓଡ଼ିଶାର କଳା ଓ ସଙ୍ଗୀତପ୍ରେମୀ ଚଳାଇଥିବା ଉଦ୍ୟମ ପ୍ରତି ଆପଣଙ୍କ ଧ୍ୟାନ ଆକର୍ଷଣ କରୁଛି।

ନିଜସ୍ୱ ଧୁନ୍ ଓ ରାଗ ଥିବା ଏହି ସଙ୍ଗୂତର ଇତିହାସ ଏବେକୁ ପ୍ରାୟ ୨ହଜାର ବର୍ଷ ପୁରୂଣା ହେଲେ ମଧ୍ୟ ଏହା ଏବେ ମଧ୍ୟ ଜାତୀୟ ସ୍ତରରେ ନିଜର ନାର୍ଯ୍ୟ ଦାବି ପାଇ ପାରିନାହିଁ ।  ଶାସ୍ତ୍ରୀୟ ଓ ନିଜସ୍ବ ମୌଳିକ ରାଗ ଆଧାରିତ ଓଡ଼ିଶାର ସଙ୍ଗୀତ ପରମ୍ପରା ଅନ୍ୟୂନ ୨୦୦୦ ବର୍ଷ ପୁରାତନ। ଏହା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ଠାରୁ ଭିନ୍ନ। ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ଆବଶ୍ୟକ ସମସ୍ତ ସ୍ବତନ୍ତ୍ର ବୈଶିଷ୍ଟ୍ୟ ଓଡ଼ିଶୀ ସଙ୍ଗୀତର ରହିଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଅନୁସନ୍ଧାନ କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭଳି ପ୍ରଖ୍ୟାତ ଅନୁଷ୍ଠାନ ଓଡ଼ିଶୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ସଙ୍ଗୀତର ମାନ ବଢ଼ାଇଛି ।

ଏହାବ୍ୟତୀତ ୧୯୯୯ ମସିହାରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ଓଡ଼ିଶୀ ସଙ୍ଗୀତକୁ ଏକ ନୂଆ ଦିଗନ୍ତ ଦେଇଛି ।ଅନ୍ୟପକ୍ଷରେ ଓଡ଼ିଶାର କଳାକାରଙ୍କର ଦେଶର କଳା ସଂସ୍କୃତି ପ୍ରତି ଉଲ୍ଲେଖନୀୟ ଅବଦାନ ରହିଛି । ସଙ୍ଗୀତ, କଳା, ସଂସ୍କୃତି କ୍ଷେତ୍ରରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ସହ ଓଡ଼ିଶାର କେତେକ ନାଟ୍ୟକାର, ଭାସ୍କର, ଚିତ୍ରକର ଏବଂ ନୃତ୍ୟନିର୍ଦେଶକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ତେଣୁ, ଓଡ଼ିଶାର ଐତିହ୍ୟକୁ ସମ୍ମାନ ପ୍ରଦାନପୂର୍ବକ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ଲାଗି ବିଚାର କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।