ଦିଲ୍ଲୀରୁ ବାତ୍ୟା ଗୁଲାବ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍‌(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା । ଦିଲ୍ଲୀ ଓଡ଼ିଶା ଭବନରେ ବାତ୍ୟା ଗୁଲାବ ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମୁଖ୍ୟ ଶାସନ ସଚିବ ଓ SRC ଉପସ୍ଥିତ ଅଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି।

ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ‘ଗୁଲାବ’ । ଏବେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ବଢୁଛି । ବର୍ତ୍ତମାନ ଗୋପାଳପୁରଠାରୁ ୧୮୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମରୁ ୨୪୦ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବ । ଆଜି ମଧ୍ୟରାତ୍ରିରେ କଳିଙ୍ଗପଟ୍ଟନମ୍‌ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ କରିବ । ରାତି ୯ଟାରୁ ୧୦ଟା ମଧ୍ୟରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ୩ରୁ ୪ ଘଣ୍ଟା ଚାଲିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିବ । ସ୍ଥଳବିଶେଷରେ ବଢ଼ି ପବନର ବେଗ ୯୫ କିଲୋମିଟର ଛୁଇଁପାରେ । ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହେବ।

cm naveen

ଆଜିି ମଧ୍ୟାହ୍ନ ପରେ ଗଞ୍ଜାମ, ଗଜପତି ଜିଲ୍ଲାରେ ପବନର ବେଗ ୭୫-୮୫ କିଲୋମିଟର ରହିବ । ସେହିପରି ଖୋର୍ଦ୍ଧା, ପୁରୀ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଣ୍ଟାପ୍ରତି ୫୫-୬୫ କିଲୋମିଟର ବେଗର ବହିପାରେ ପବନ । ସେହିପିର ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟଧିକ ବର୍ଷା ହେବ । ଆଜି ପାଇଁ ୭ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ,ନବରଙ୍ଗପୁର ଓ ମାଲକାନଗିରିକୁ ଜାରି ହୋଇଛି ରେଡ୍‌ ଓ୍ଵାର୍ଣ୍ଣିଂ ।

Leave A Reply

Your email address will not be published.