ବିଶ୍ୱବିଦ୍ୟାଳୟରେ ଶୃଙ୍ଖଳା ବଜାୟ ରଖାଯିବା ଦରକାର, ଭୁବନେଶ୍ୱରରେ କୁଳପତି ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ବିଶ୍ୱବିଦ୍ୟାଳୟରେ ଶୃଙ୍ଖଳା ବଜାୟ ରଖାଯିବା ଦରକାର । କ୍ୟାମ୍ପସରୁୁ ଅଣଛାତ୍ର ମୁକ୍ତ ରଖାଯିବା ଜରୁରୀ । ଭୁବନେଶ୍ୱରରେ କୁଳପତି ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ଶିକ୍ଷାବର୍ଷରୁ ଧାର୍ଯ୍ୟ ସମୟରେ ଫଳାଫଳ ପ୍ରକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିରେ ବିଳମ୍ବକୁ ଗ୍ରହଣ କରାଯିବନାହିଁ ବୋଲି କହିଛନ୍ତି । ସେହିପରି ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷକ ନିଯୁକ୍ତିରେ ସ୍ୱଚ୍ଛତା ରକ୍ଷା ଉପରେ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି । ଲୋକସେବା ଭବନ କନଭେନସନ ସେଣ୍ଟରରେ କୁଳପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ୧୧ଟି ବିଶ୍ୱବିଦ୍ୟାଳୟର କୁଳପତି ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି, ଏକକ ପିଜି ଏନଟ୍ରାନସ ଟେଷ୍ଟ, ଠିକ ସମୟରେ ପରୀକ୍ଷା ଫଳ ପ୍ରକାଶନ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏହି ଅବସରରେ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୫ ବର୍ଷକୁ ବୃଦ୍ଧି, ପ୍ରଫେସରଙ୍କ ଅବସର ବୟସସୀମା ୬୦ରୁ ୬୨ ବର୍ଷ ବୟସକୁ ବୃଦ୍ଧି କରିବା ନେଇ ଦାବି ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.