ନବୀନଙ୍କ ପ୍ରକୃତି ପ୍ରେମ, ନିଜ ଟ୍ଵିଟର ଆକାଉଣ୍ଟରେ ପ୍ରକୃତି ଓ ପର୍ଯ୍ୟଟନ କ୍ଷେତ୍ରର ଫଟ ଟ୍ବିଟ କରି ଦେଉଛନ୍ତି କ୍ୟାପସନ

ଭୁବନେଶ୍ବର(କେନ୍ୟୁଜ୍): ପ୍ରକୃତି, ପର୍ଯ୍ୟଟନ ଓ ଫଟୋଗ୍ରାଫି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେମ । ନିଜର ଆକାଉଣ୍ଟରେ କ୍ଷେତ ମଧ୍ୟ ଦେଇ ଯାଇଥିବା ରାସ୍ତାର ଫଟୋ ଅପଲୋଡ କରିଥିଲେ । ନୈସର୍ଗିକ ପ୍ରକୃତି ଦେଇ ଯାଇଥିବା ରାସ୍ତା ରାଜ୍ୟର ଦୁଇ ପ୍ରମୁଖ ସହରକୁ ଯୋଡୁଥିବା ସେ ସୂଚନା ଦେଇଥିଲେ । ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ଏହାର କ୍ୟାପସନ ରଖିଥିଲେ । ଏହା କେଉଁ ରାସ୍ତା ବୋଲି ଅନୁମାନ କରିବାକୁ କହିଥିଲେ ।


ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟ୍‌ ଉପରେ ପ୍ରତିକ୍ରିୟା ରଖିଥିଲେ । ସଂଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେଇଛନ୍ତି । ଏହା ସୋନପୁରରୁ ବୌଦ୍ଧ ରାସ୍ତା । ଯେଉଁମାନେ ଏଥିରେ ଭାଗ ନେଇ ସଠିକ୍‌ ଉତ୍ତର ଦେଇଥିଲେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସାରା ବୁଲନ୍ତୁ, ଅନେକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.