ଆସନ୍ତା ୨୭ରେ ବେଙ୍ଗାଲୁରୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବେଙ୍ଗାଲୁରୁ (କେନ୍ୟୁଜ) : ଆସନ୍ତା ସେପ୍ଟେମ୍ବର ୨୭ରେ ବେଙ୍ଗାଲୁରୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ବେଙ୍ଗାଲୁରୁ ତାଜ ୱଷ୍ଟେ ଏଣ୍ଡ ହୋଟେଲରେ ୨୭ ତାରିଖରେ ରହିବା ସହ ୨୮ରେ ସେହି ହୋଟେଲରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବା ସହ ନିବେଶକଙ୍କ ସହ ଅଲୋଚନା କରିବେ । ଏଥି ସହିତ ଓଡ଼ିଶାରେ ପୁଞ୍ଜି ନିବେଶ ଉପରେ ଅବଗତ କରାଇବେ।

ତେବେ ଏହି ସମ୍ମିଳନୀରେ ବହୁ ନାମୀ ଦାମୀ କମ୍ପାନୀର କର୍ତ୍ତୃପକ୍ଷ ଯୋଗଦେବେ । ଏଥି ସହିତ ପ୍ରଭାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ । ୨୯ ତାରିଖ ସକାଳେ ଓଡ଼ିଶା ଫେରିଯିବେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ତେବେ ଏହି ଗସ୍ତ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ସହ ଭେଟିବା ନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.