ରାଜ୍ୟ

ଅମ୍ଫାନ୍ ମୁକାବିଲାରେ ସାହସର ସହ ଲଢିଛି ଓଡ଼ିଶା, ଆକାଶ ମାର୍ଗରୁ ଆଜି କ୍ଷୟକ୍ଷତି ଆକଳନ କରିବେ ନବୀନ, କାଲି ଆସିବେ ମୋଦି

କେନ୍ୟୁଜ୍ (ବ୍ୟୁରୋ): ଆକାଶ ମାର୍ଗରୁ ବାତ୍ୟା ଅମ୍ଫାନ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ବିମାନରୁ  ସେ ଆକାଶ ମାର୍ଗରୁ କ୍ଷୟକ୍ଷତି ସ୍ଥିତି ଦେଖି ଆକଳନ କରିବେ।  ବାତ୍ୟା ଅମ୍ଫନରେ ରାଜ୍ୟରେ ୪ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ବର୍ଷା ଓ ପବନରେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ କିଛି କଚ୍ଚା ଘର ନଷ୍ଟ ହୋଇଛି । ତେଣୁ ଏହାର କ୍ଷୟକ୍ଷତି ଆକଳନ କରିବା ପାଇଁ  ମୁଖ୍ୟମନ୍ତ୍ରୀ ଏରିଏଲ ଭ୍ୟୁ କରିବେ।

ସେପଟେ ମିଳୁଥିବା ସୂଚନା ମୁତାବକ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଆସୁଛନ୍ତି। ସେ ଆକାଶମାର୍ଗରୁ ସ୍ଥିତି ଦେଖିବେ ଓ ସମୀକ୍ଷା କରିବେ। ସେହିଭଳି ଟ୍ବିଟ କରି ମୋଦି କହିଛନ୍ତି  ସାହସର ସହ ଲଢିଛି ଓଡ଼ିଶା । ଅମ୍ଫନ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଏହା ଉଲ୍ଲେଖ କରିଛନ୍ତି । ପ୍ରଭାବିତଙ୍କୁ ଯଥାସମ୍ଭବ ସହାୟତା ପାଇଁ ଅଧିକାରୀମାନେ କାମ କରୁଛନ୍ତି । ଖୁବଶୀଘ୍ର ସ୍ୱାଭାବିକ ସ୍ଥିତି ଫେରି ଆସିବା ନେଇ ପ୍ରାର୍ଥନା କରୁଛି ବୋଲି ଟ୍ଵିଟ କରିଛନ୍ତି ମୋଦି ।

ପ୍ରାଥମିକ ରିପୋର୍ଟ ଅନୁସାରେ, ବାଲେଶ୍ବରରେ ୩ଟି, ଭଦ୍ରକ ୩ଟି, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଦୁଇଟି ଲେଖାଏଁ ବ୍ଲକରେ ଅମ୍ଫାନ୍ ବ୍ୟାପକ କ୍ଷୟକ୍ଷତି କରିଛି।  ଆଜି ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆସିଛି। ଆସନ୍ତାକାଲି ସୁଦ୍ଧା ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଶତ ପ୍ରତିଶତ ବିଦ୍ୟୁତ ସରବରାହ ସ୍ବାଭାବିକ ହେବ ବୋଲି ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ସେହିଭଳି କ୍ଷୟକ୍ଷତି ଆକଳନକୁ ଶତପ୍ରତିଶତ ନିର୍ଭୁଲ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆଜି ରିପୋର୍ଟ ଲେଖା ହେବାବେଳକୁ ସଡକ ପଥର ଗଛକଟା ଆଦି ଶେଷହୋଇଛି ଓ ଟେଲିକମ କ୍ଷେତ୍ରରେ ମଧ୍ୟ ୯୦ ପ୍ରତିଶତ କାମ ମରାମତି ସରିଲାଣି। ୧୫ ହଜାର ଘର ବାତ୍ୟା ନଷ୍ଟ କରିଛି। ୪୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳୁଛି।

Sasmita

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago