ଭଉଣୀକୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଦ୍ରୌପଦୀ ମୁର୍ମୁଙ୍କୁ ଯାତ୍ରା ପ୍ରକୃତରେ ପ୍ରେରଣାଦାୟୀ

କେନ୍ୟୁଜ୍(ବ୍ୟୁରୋ):   ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଛା ଜଣାଇ ଟ୍ଵିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଛା। ଦେଶର ସର୍ବୋଚ୍ଚ ପଦବୀ ପାଇଁ ସେ ନିର୍ବାଚିତ ହେବା ଓଡ଼ିଶାର ପ୍ରତ୍ୟେକ୍ତ ବ୍ୟକ୍ତି ପାଇଁ ବାସ୍ତବରେ ଗର୍ବର ମୁହୂର୍ତ୍ତ। ସାଧାରଣ ମହିଳାରୁ ସେ ଏବେ ଦେଶର ପ୍ରଥମ ନାଗରିକ ।

ତାଙ୍କର ଏହି ଯାତ୍ରା ପ୍ରକୃତରେ ପ୍ରେରଣାଦାୟୀ । ମହିଳା ସଶକ୍ତିକରଣର ଏହା ଏକ ଜ୍ୱଳନ୍ତ ଉଦାହରଣ। ଏକ ପରିପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ଶୁଭେଛା ଜଣାଉଛି ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.