ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି କେନ୍ଦୁଝର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧରଣୀଧର ମେଡିକାଲ କଲେଜର ହେବ ଲୋକାର୍ପଣ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଦିନ ୧୧ଟା ୧୫ରେ ଧରଣୀଧର ମେଡିକାଲ କଲେଜ ନିକଟ ହେଲିପ୍ୟାଡରେ ପହଞ୍ଚିବେ । ପୂର୍ବାହ୍ଣ ୧୧ଟା ୨୩ରେ ଧରଣୀଧର ମେଡିକାଲ କଲେଜ ଓ ହସପିଟାଲର ଲୋକାର୍ପଣ କରିବେ ।
କେନ୍ଦୁଝର(କେନ୍ୟୁଜ୍) : ଆଜି କେନ୍ଦୁଝର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧରଣୀଧର ମେଡିକାଲ କଲେଜର ହେବ ଲୋକାର୍ପଣ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଦିନ ୧୧ଟା ୧୫ରେ ଧରଣୀଧର ମେଡିକାଲ କଲେଜ ନିକଟ ହେଲିପ୍ୟାଡରେ ପହଞ୍ଚିବେ । ପୂର୍ବାହ୍ଣ ୧୧ଟା ୨୩ରେ ଧରଣୀଧର ମେଡିକାଲ କଲେଜ ଓ ହସପିଟାଲର ଲୋକାର୍ପଣ କରିବେ ।
ଏହି ମେଡିକାଲ କଲେଜରେ ପ୍ରଥମ ବର୍ଷ ୧୦୦ଟି MBBS ସିଟ୍ରେ ପାଠପଢା ଆରମ୍ଭ ହୋଇଛି । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ନବୀନ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଧରଣୀଧର ମେଡିକାଲ୍ କଲେଜ ସମ୍ମୁଖରେ ଏକ ବିଶାଳ ସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ୪ ହଜାର ୭ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ..