ନିବେଶକଙ୍କୁ ଆକୃଷ୍ଟ କରିବାକୁ ଜାପାନରେ ମୁଖ୍ୟମନ୍ତ୍ରୀ, ଆଜି ଓଡ଼ିଶା ବିଜନେସ ମିଟ୍‌କୁ କରିବେ ସମ୍ବୋଧିତ

ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ସେମାନଙ୍କୁ ଆମନ୍ତ୍ରଣ କରିବେ । ଆଇଟି, ଶିଳ୍ପ, ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ର ରାଜ୍ୟ ସରକାରଙ୍କ ଫୋକସରେ ରହିବ । ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଯାଇଥିବା ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ କିମ୍‌ସୁ ଷ୍ଟିଲ ଏବଂ ନିପନ ଷ୍ଟିଲ୍‌ର ରିସର୍ଚ୍ଚ ଆଣ୍ଡ ଡେଭଲପମଣ୍ଟ ସେଣ୍ଟର ବୁଲି ଦେଖିବେ ।

(କେନ୍ୟୁଜ): ଜାପାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଟୋକିଓରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ । ଆଜି ଜାପାନରେ ଆୟୋଜିତ ଓଡ଼ିଶା ବିଜନେସ ମିଟ୍‌କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ଜାପାନର ବିଜିନେସ୍‌ ଟାଇକୁନଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ସେମାନଙ୍କୁ ଆମନ୍ତ୍ରଣ କରିବେ । ଆଇଟି, ଶିଳ୍ପ, ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ର ରାଜ୍ୟ ସରକାରଙ୍କ ଫୋକସରେ ରହିବ । ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଯାଇଥିବା ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ କିମ୍‌ସୁ ଷ୍ଟିଲ ଏବଂ ନିପନ ଷ୍ଟିଲ୍‌ର ରିସର୍ଚ୍ଚ ଆଣ୍ଡ ଡେଭଲପମଣ୍ଟ ସେଣ୍ଟର ବୁଲି ଦେଖିବେ ।

ଏହି ଅବସରରେ ଟୋକିଓରେ ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବାର କାର୍ଯ୍ୟକ୍ରମ ରହିଛି । କ୍ୟୋଟୋରେ ରହିଛି ରାଉଣ୍ଡଟେବୁଲ ବୈଠକ । ଯେଉଁଥିରେ ରାଜ୍ୟର ପର୍ଯ୍ୟଟନ, ବୁଦ୍ଧିଷ୍ଟ ଏବଂ ଇକୋ ଟୁରୁଜିମ କ୍ଷେତ୍ରରେ ଓଡ଼ିଶା-ଜାପାନ ମଧ୍ୟରେ କଣ ସହଭାଗିତାର ସୁଯୋଗ ରହିଛି, ସେ ସମ୍ପର୍କରେ ଆଲୋଚନା ହେବ । ରାଜ୍ୟରେ ଇସ୍ପାତ, ଫୁଡ୍‌ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲ୍‌ସ, ଟେକ୍ସଟାଇଲ୍‌, କେମିକାଲ୍‌ସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନା ରହିଛି । ଓଡ଼ିଶାରେ ଶିଳ୍ପର ବାତାବରଣ ବାବଦରେ ସେମାନଙ୍କୁ ଅବଗତ କରାଯିବ । ଏକାଧିକ ପୁଞ୍ଜିନିବେଶକାରୀଙ୍କୁ ସିଧାସଳଖ ଭେଟିବେ ନବୀନ । ଏହି ୱାନ୍‌ ଟୁ ୱାନ୍‌ ବୈଠକରେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ୭ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.