ବିଧାନସଭା ପରିସରରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ବିଧାନସଭା ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ପାଳିତ ହୋଇଛି । କାଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଅନ୍ୟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଥିଲେ । ଭାରତମାତା ଆଜିର ଦିନରେ ଦୁଇ ଶ୍ରେଷ୍ଠ ସନ୍ତାନ ଜନ୍ମ ଦେଇଥିଲେ । ଜଣେ ବୀର ସୁରେନ୍ଦ୍ର ସାଏ ଏବଂ ଅନ୍ୟ ଜଣେ ନେତାଜୀ ସୁବାସଚନ୍ଦ୍ର ବୋଷ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ପ୍ରଥମ ସ୍ୱାଧୀନତା ଆନ୍ଦୋଳନର ୨୮ବର୍ଷ ପୂର୍ବରୁ ବୀର ସୁରେନ୍ଦ୍ର ସାଏ ଭାରତମାତାର ରକ୍ଷା ପାଇଁ ଲଢେଇ ଆରମ୍ଭ କରିଥିଲେ । ସ୍ୱାଧୀନତା ଆନ୍ଦୋଳନର ଭିତ୍ତିଭୂମି ବୀର ସୁରେନ୍ଦ୍ର ସାଏ ପକେଇଥିବା ବେଳେ ନେତାଜୀ ଏହାର ମୁଣ୍ଡି ମାରିଥିଲେ । ସ୍ୱାଧୀନତା ସଂଗ୍ରାମୀ ମାନେ ଯେଉଁ ନୂତନ ଭାରତ ଏବଂ ଓଡ଼ିଶାର ସ୍ବପ୍ନ ଦେଖିଥିଲେ ଆମେ ତାକୁ ସାକାର କରିବୁ । ୧୨ ବର୍ଷ ପରେ ଓଡିଶା ଗଠନକୁ ୧୦୦ ବର୍ଷ ଏବଂ ୨୪ ବର୍ଷ ପରେ ଭାରତ ସ୍ୱାଧୀନ ହେବାକୁ ୧୦୦ ବର୍ଷ ପୂର୍ତ୍ତି ହେବ । ସମୃଦ୍ଧ ଭାରତ ଏବଂ ଓଡିଶା ଗଠନ କରିଲେ ତାହା ଉଭୟ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।
ଆହୁରି ପଢନ୍ତୁ: ଆଜି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ବୀରପୁତ୍ରଙ୍କୁ ମନେ ପକାଉଛି ଓଡ଼ିଶା