ମୋଦିଙ୍କ ପାଖରେ ନବୀନଙ୍କ ପ୍ରସ୍ତାବ, ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କରୋନା ଟେଷ୍ଟିଂ ଫାସିଲିଟି ବୃଦ୍ଧି କରାଯିବା ଜରୁରୀ

କେନ୍ୟୁଜ୍(ବ୍ୟୁରୋ):   ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କରୋନା ଟେଷ୍ଟିଂ ଫାସିଲିଟି ବୃଦ୍ଧି କରାଯିବା ଜରୁରୀ । ଏଥିସହ କରୋନା ଟେଷ୍ଟକୁ ମାଗଣା କରାଯାଉ । ଏନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସୁରକ୍ଷା ସରଞ୍ଜାମ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ଓ କ୍ରିଟିକାଲ କେୟାର ଉପକରଣ ଉପଲବ୍ଧ କରାଇବା ନେଇ ପ୍ରସ୍ତାବ ରଖିଛନ୍ତି । ଆଜି ଭିଡିଓ କନଫରେନ୍‌ସିଂରେ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ଆର୍ଥିକ ସହାୟତା ନେଇ ନବୀନ କିଛି ପ୍ରସ୍ତାବ ରଖିଛନ୍ତି ।

cm praised to naveen

କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆଗୁଆ ପାଣ୍ଠି ପ୍ରଦାନ ନେଇ ପ୍ରସ୍ତାବ ରଖାଯାଇଛି । ମନରେଗାରେ ଶ୍ରମିକଙ୍କୁ ଅତିକମ୍‌ରେ ୫୦ ଦିନର ମଜୁରୀ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ପରିବାର, ପିଏମ କିଶାନ ଯୋଜନାରେ ଶ୍ରମିକଙ୍କୁ ଅତିରିକ୍ତ କିସ୍ତି ପ୍ରଦାନ ଏବଂ ବିଭିନ୍ନ ସେକ୍ଟର ଓ ନିର୍ମାଣ ଶ୍ରମିକଙ୍କ ପାଇଁ ଆର୍ଥିକ ପ୍ୟାକେଜ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି । ଅନ୍ତର୍ଜାତୀୟ ଗସ୍ତ କଟକଣା, ପ୍ରଭାବିତ ଅଞ୍ଚଳରୁ ଭାରତୀୟଙ୍କୁ ଫେରାଇ ଆଣିବା ଓ କରୋନା ମୁକାବିଲା ପାଇଁ ଏସଆରଡିଏଫକୁ ଉପଲବ୍ଧ କରାଇବା ନେଇ କେନ୍ଦ୍ର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.