ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର(କେନ୍ୟୁଜ) : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ସତର୍କ ରହିବାକୁ ଉଭୟ ଜନସାଧାରଣ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଜନସାଧାରଣଙ୍କୁ ଏହି ପରିପ୍ରେକ୍ଷୀରେ କୋଭିଡ ନିୟମ କଡାକଡି ଭାବରେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି। ଏହା ସହ ଟିକାକରଣକୁ ଜୋରଦାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବରିଷ୍ଠ ନାଗରିକ ତଥା ସମୁଖ ଯୋଦ୍ଧାଙ୍କ ଟିକାକରଣ ଅତ୍ୟନ୍ତ ଜରୁରୀ ଓ ଏହା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବ ଥର ଭଳି ଏଥର ମଧ୍ୟ ସଚେତନତା ଅଭିଯାନକୁ ବ୍ୟାପକ କରାଯିବ । ସଚେତନତା କାର୍ଯ୍ୟକ୍ରମରେ ମିଶନ ଶକ୍ତି ଗ୍ରୁପ୍‌କୁ ସାମିଲ ପାଇଁ ପରାମର୍ଶ ଦେଇଛନ୍ତି । କୋଭିଡ୍ ନିୟମର କଡ଼ାକଡ଼ି ପାଳନ ନେଇ ଦୃଷ୍ଟି ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।