ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ରାଜ୍ୟରେ ନିବେଶ ହେଉଛି ୮ ହଜାର ୫ଶହ କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ନିବେଶ ହେଉଛି ୮ ହଜାର ୫ଶହ କୋଟି ଟଙ୍କା। ସରକାରଙ୍କ ମୁଖ୍ୟ ଫୋକସ୍‌ରେ ସ୍ୱାସ୍ଥ୍ୟ ସେବା । ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହୋଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛି ବର୍ଷ ହେବ ରାଜ୍ୟ ସରକାର ନିୟମିତ ଭାବେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ସହ ବହୁ ସଂଖ୍ୟାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି କରାଯାଉଛି । ମହାମାରୀ ମୁକାବିଲାରେ ଡାକ୍ତରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ସମାଜରେ ଡାକ୍ତରମାନଙ୍କ ଏକ ସ୍ୱତନ୍ତ୍ର ସମ୍ମାନ ରହିଛି ।

କରୋନା ବେଳେ ସେମାନେ ସମ୍ମୁଖ ଯୋଦ୍ଧା ଭାବରେ କାମ କରୁଛନ୍ତି ଡାକ୍ତର । ଜୀବନ ମରଣ ପରିସ୍ଥିତିରେ ଲୋକେ ଡାକ୍ତରଙ୍କୁ ଭଗବାନ ରୂପେ ଦେଖନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲରେ ଆୟୋଜିତ ବୈଠକରେ ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ଅବସରେ ଫାଇଭ୍‌ ଟି ସଚିବ କହିଛନ୍ତି, ଚଳିତବର୍ଷରୁ ପୁରୀରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ୨୦୨୪ ଭିତରେ ପ୍ରତିବର୍ଷ ଓଡ଼ିଶାରେ ଦୁଇଟି ଲେଖାଏ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ।

Leave A Reply

Your email address will not be published.