କଟକ ମହାନଗର ନିଗମ ପକ୍ଷରୁ ଖାଦ୍ୟଗୁଡ଼ିକର ମାନ ଯାଞ୍ଚ, ବ୍ୟବସାୟୀଙ୍କୁ ଫାଇନ

କଟକ : ପାରମ୍ପରିକ ଖାଦ୍ୟ ଶୈଳୀ ଦହିବରା ଆଳୁ ଦମ ଠାରୁ ଆରମ୍ଭ କରି ଚାଟ ଗୁପଚୁପ ତଥା ଅନ୍ୟାନ୍ୟ ସମସ୍ତ ଫାଷ୍ଟ ଫୁଡ୍ ଖାଦ୍ୟ ଶୈଳୀ କଟକ ସହରର ଗୋଟିଏ ସ୍ଥାନରେ ଏକାଠି ମିଳି ଯାଇଥାଏ । ସେହି ଜାଗାଟି ହେଉଛି ବାରବାଟି ଷ୍ଟାଡିୟମ୍ ସାମ୍ନା ପଡିଆ । ଶୁକ୍ରବାର ସନ୍ଧ୍ୟାରେ ଏହି ସ୍ଥାନକୁ ଆସି ବିକ୍ରି ହେଉଥିବା ଖାଦ୍ୟଗୁଡ଼ିକର ମାନ ଯାଞ୍ଚ କରିଛି କଟକ ମହାନଗର ନିଗମ । କିଛି ବ୍ୟବସାୟୀ କୄର୍ତ୍ତିମ ରଙ୍ଗ ତଥା ବାସି ମସଲା ବ୍ୟବହାର କରୁଥିବାର ସୂଚନା ଦେଇଛନ୍ତି ସି ଏମ ସି ହେଲଥ ଅଫିସର ।
ସୂଚନା ଅନୁସାରେ ଅଧିକାଂଶ ବ୍ୟବସାୟୀ ଲାଇସେନ୍ସ ଫଳକ ଦୋକାନରେ ମାରି ନଥିବା କଥା ଯାଞ୍ଚ ସମୟରେ ସାମ୍ନାକୁ ଆସିଥିଲା । କେତେକ ଲାଇସେନ୍ସ ଅବଧି ଶେଷ ହୋଇ ଯାଇଥିବା ବେଳେ, ସେ ଆଉ ନବୀକରଣ କରାଯାଇ ନଥିବା ଜଣାପଡିଛି । ଯାହା ଫଳରେ ସି ଏମ ସି ଫୁଡ୍ ସେପ୍ଟି ଟିମ୍ କିଛି ଖାଦ୍ୟ ଜବତ୍ କରି ନଷ୍ଟ କରିଛି । ଏହା ସହିତ ଏକାଧିକ ବ୍ୟବସାୟୀଙ୍କୁ ବିଭିନ୍ନ ବ୍ୟତିକ୍ରମ ଅଭିଯୋଗରେ ସି ଏମ ସି ଫାଇନ କରିଛି ।
Also read:କଟକ ସହରରେ ବେଶ୍ ଜମିଛି ପଖାଳ ଖାଇବା ଆଉ ଖୁଆଇବାର ମାହୋଲ, ଚାରିଆଡ଼େ ପଖାଳ ଭାତର ମହକ