କଟକ : ବାଲିଯାତ୍ରାରେ ସିଏମସିର ରେଡ୍ । କଟକ ବାଲିଯାତ୍ରା ତଳ ପଡିଆରେ ସିଏମସି ସ୍ବାସ୍ଥ୍ୟ ଟିମ୍ ଚଢାଉ କରିଛି । ବାସିଖାଦ୍ୟ ବିକ୍ରି କରିବା ଓ ଖାଦ୍ୟ ଗଚ୍ଛିତ ରଖିବା ନେଇ ଚଢ଼ାଉ କରୁଛି ଟିମ୍ । ଫୁଡ୍ ଷ୍ଟଲରେ ସ୍ବାସ୍ଥ୍ୟ ଟିମ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିଛି । ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ କରାଯାଇଛି । ନିୟମିତ ବ୍ୟବଧାନରେ ବାଲିଯାତ୍ରା ସରିବା ଯାଏ ଏଭଳି ଯାଞ୍ଚ ଚାଲିବ।
ପ୍ରତିଦିନ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିଥାନ୍ତି। ତେଣୁ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ସିଏମସି ପ୍ରତିଦିନ ଏହି ଚଢ଼ାଉ ଜାରି ରଖିବ ବୋଲି କୁହାଯାଇଛି । ପୂର୍ବ ବର୍ଷ ବାଲିଯାତ୍ରାରେ କୁଇଣ୍ଟାଲ କୁଇଣ୍ଟାଲ ବାସିଖାଦ୍ୟ ନଷ୍ଟ କରିଛି ସିଏମସି । ତେବେ ଚଳିତବର୍ଷ ମଧ୍ୟ ସମାନ ଭାବରେ ଚଢ଼ାଉ ଜାରି ରଖିଛି ସିଏମସିର ଫୁଡ୍ ସେଫଟି ଟିମ । ଏଥିସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନକରିବାକୁ ସଚେତନ କରାଯାଇଛି ।