ଦିଲ୍ଲୀରେ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ସୃଷ୍ଟି ହେବ ୪୮ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର : ଓଡ଼ିଶାକୁ ଆସିବ ୩୦ ହଜାର ୫୯୫ କୋଟିର ନିବେଶ । ପ୍ରମୁଖ କମ୍ପାନୀର ପ୍ରତିନିଧିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ନିବେଶ ବୃଦ୍ଧି ତଥା ନୂତନ ଶିଳ୍ପ ସ୍ଥାପନ ପାଇଁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୫ଟି କମ୍ପାନୀ ସହ ଆଲୋଚନା କରି ୩୦ ହଜାର ୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି । ଏଥିଯୋଗୁଁ ରାଜ୍ୟରେ ମୋଟ ୪୮ ହଜାର ୩୯୦ ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ୧୪ଟି କମ୍ପାନୀଠାରୁ ୩୦ହଜାର କୋଟି ଟଙ୍କାର ନିବେଶ ନିଶ୍ଚିତତା ପାଇଥିବାବେଳେ ଏଥିଯୋଗୁଁ ରାଜ୍ୟରେ ୨୧ହଜାର ୩୯୦ କର୍ମ ନିଯୁକ୍ତି ସୃଷ୍ଟି ହେବ ।
ସେହିଭଳି ଅତିରିକ୍ତ ଭାବେ ଅନ୍ୟ ୧୧ଟି ପ୍ରମୁଖ କମ୍ପାନୀ ସହ ରାଜ୍ୟ ସରକାର ଆନୁଷ୍ଠାନିକ ଭାବେ ୨୭ ହଜାର ୫୯୫ କୋଟି ଟଙ୍କାର ନିବେଶ ବୁଝାମଣା କରିଛନ୍ତି । ଏହାଦ୍ବାରା ରାଜ୍ୟରେ ୨୭ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ୪ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇ ନୋଏଡ଼ାସ୍ଥିତ ଏଚସିଏଲ ଟେକନୋଲୋଜି କ୍ୟାମ୍ପସ ବୁଲି ଦେଖିଛନ୍ତି । ଓଡ଼ିଶାକୁ ଆଇଟି ଓ ଆଇଟିଏସ ସେକ୍ଟରରେ ପୁଞ୍ଜିନିବେଶର ପ୍ରମୁଖ ସ୍ଥଳ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ମୋହନ ମାଝୀ ଏହି ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀଗସ୍ତ କାଳରେ କେତେକ ଗୁରୁତ୍ବପୂର୍ଣ୍ଣ MoU ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । IOCL, ISPRL, ପେଟ୍ରୋନେଟ୍ LNG ସହ ବୁଝାମଣା ହେବ ।
ଆହୁରି ପଢ଼ନ୍ତୁ : ତୋଷାଳି ବିଲ୍ଡିଂର ୩ୟ ମହଲାରେ ନୂଆ ଲ କମିଶନ ଅଫିସ ଉଦଘାଟିତ, ଉଦଘାଟନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ