ଭଦ୍ରକ (କେ ନ୍ୟୁଜ): କୋଇଲା ମାଫିଆଙ୍କ ଆକ୍ରମଣରେ ୨ ଜଣ ଆରପିଏଫ୍ ଯବାନ ଗୁରୁତର । ଖୋର୍ଦ୍ଧା ଡିଭିଜନ୍ର ୬ ଜଣିଆ ଟିମ୍ ଆଜି ସକାଳୁ ଭଦ୍ରକ ଚାନ୍ଦବାଲି ଥାନା ପଳାସପୁର ଗାାଁର କୋଇଲା ଡିପୋ ଉପରେ ଚଢାଉ କରିଥିଲେ । ଏହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି ।