ଓପିଜିସିର ବନହରପାଲି ଇବ୍ ଥର୍ମାଲ ପ୍ରକଳ୍ପରେ କୋଇଲା ସଙ୍କଟ, ଆଜିଠାରୁ ଦୁଇ ନମ୍ବର ୟୁନିଟ୍ ବନ୍ଦ କଲେ କର୍ତ୍ତୃପକ୍ଷ

ଝାରସୁଗୁଡ଼ା(କେନ୍ୟୁଜ୍) : ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ ବା ଓପିଜିସିର ଝାରସୁଗୁଡ଼ା ବନହରପାଲି ଇବ୍ ଥର୍ମାଲ ପ୍ରକଳ୍ପରେ କୋଇଲା ସଙ୍କଟ । ଏକ ମାସ ହେବ କଞ୍ଚାମାଲ ସଙ୍କଟ ଯୋଗୁ କମ୍ପାନୀ କର୍ତ୍ତୃପକ୍ଷ ଆଜିଠାରୁ ଦୁଇ ନମ୍ବର ୟୁନିଟ୍ ବନ୍ଦ କରିଛି । ଓପିଜିସିରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ପ୍ରାୟ ୨୪ ହଜାର ମେଟ୍ରିକ୍ ଟନ୍ କୋଇଲା ଆବଶ୍ୟକ ପଡ଼ିଥାଏ । ଏନେଇ ଓପିଜିସିକୁ କୋଇଲା ଯୋଗାଇ ଦେସବାକୁ ଏମ୍‌ସିଏଲ୍‌କୁ ଚିଠି ଲେଖାଯାଇଥିଲେ ମଧ୍ୟ ଏମ୍‌ସିଏଲ୍ ଏଥିପ୍ରତି କୌଣସି ପଦକ୍ଷେପ ନେଇନାହିଁ । ଫଳରେ ବାଧ୍ୟହୋଇ ଓପିଜିସି ତାର ଦୁଇ ନମ୍ବର ୟୁନିଟ୍ ବନ୍ଦ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କୋଇଲା ସଙ୍କଟ ଯୋଗୁ ଆଗାମୀ ଦିନରେ ବାକି ଏକ ନମ୍ବର, ତିନି ନମ୍ବର ଓ ଚାରି ନମ୍ବର ୟୁନିଟ୍‌କୁ ବନ୍ଦ କରିପାରେ । ଏହି ୟୁନିଟ୍ ବନ୍ଦ ହେବା ଯୋଗୁ ବିଦ୍ୟୁତ ଉତ୍ପାଦନରେ ବ୍ୟାହତ ହେବ ଓ ରାଜ୍ୟରେ ବିଦୁଞତ ସଙ୍କଟ ଦେଖାଦେବା ଆଶଙ୍କା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.