ରାଜ୍ୟ

କୋଇଲା ଟ୍ରକରେ ନିଆଁ, ଲିଭାଇଲେ ଦମକଳ ବାହିନୀ

ବାସୁଦେବପୁର : ଧାମରାରୁ ଜାମୁଝାଡି ଅଭିମୁଖେ ଯାଉଥିବା ଏକ କୋଇଲା ବୋଝଇ ଟ୍ରକ ଛିଡ଼ା ହୋଇଥିବା ବେଳେ ଅଚାନକ ନିଆଁ ଲାଗିଯାଇଛି ।  ପରେ ଦମକଳ ବାହିନୀ ନିଆଁକୁ ଲିଭାଇଥିବା ଦେଖିବାକୁ ମିଳିଛି । ହେଲେ  ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ବି ଏହା ଅତ୍ୟଧିକ ଗରମରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ଗତକାଲି ରାତିରୁ ଉକ୍ତ କୋଇଲା ବୋଝେଇ ଟ୍ରକ 32 ଟନ କୋଇଲା ବୋଝେଇ କରି ଜାମୁଝାଡି ଅଭିମୁଖେ ଯାଉଥିବା ସମୟରେ ମନ୍ଦରୀ ଛକ ନିକଟରେ ଡ୍ରାଇଭରକୁ ନିଦ ଆସିବାରୁ ଡ୍ରାଇଭର ଟ୍ରକକୁ ରାସ୍ତା ପାଖରେ ଛିଡା କରିଥିଲେ। ହେଲେ ଭୋର ସମୟରେ ହଟାତ ଟ୍ରକରୁ ଧୂଆଁ ବାହାରୁଥିବା ପଥଚାରି ଦେଖି ଡ୍ରାଇଭରକୁ ଡାକ ପକାଇଥିଲେ ।

ଡ୍ରାଇଭର ଉଠି ଗାଡ଼ିରେ ପାଣି ଢ଼ାଳିବା ପରେ ମଧ୍ୟ ଧୂଆଁକୁ ଆୟତ କରି ପାରିନଥିଲେ। ପରେ ଡ୍ରାଇଭର  ଗାଡିକୁ ବାସୁଦେବପୁର ଦମକଳ କାର୍ଯ୍ୟାଳୟ ନିକଟକୁ ନେଇଆସିଥିଲେ । ଦମକଳ ବାହିନୀ ଗାଡିକୁ ଚଢି ପାଣି ମାରି ଦୀର୍ଘ  ୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

Niharanjan

Recent Posts

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

1 min ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

34 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

1 hour ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

1 hour ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

2 hours ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

2 hours ago