ଅଚାନକ ଖୋଲିଯାଇଛି ଅସ୍ତରଙ୍ଗ କେଲୁଣି ମୁହାଣ, ଆତଙ୍କିତ ସମୁଦ୍ର କୂଳିଆ ଲୋକେ

କାକଟପୁର(କେନ୍ୟୁଜ୍): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେଉଟଜଙ୍ଗା ନିକଟରେ ଥିବା କେଲୁଣି ମୁହାଣ ଅଚାନକ ଖୋଲିଯାଇଛି । ଏଥିଯୋଗୁ ସମୁଦ୍ରର ଢେଉ ସିଧାସଳଖ ସୁନାମୀ ବନ୍ଧ ଦେହରେ ପିଟିହେଉଛି । ଯାହାକୁ ନେଇ ଅସ୍ତରଙ୍ଗ ଅଞ୍ଚଳର ସମୁଦ୍ର କୂଳିଆ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ସମୁଦ୍ର ଢେଉ ମାଡ଼ ଯୋଗୁଁ ସୁନାମୀ ବନ୍ଧ ପଥର ପ୍ୟାକିଂ ଖସିବା ଆରମ୍ଭ କରିଛି ।

ସମୁଦ୍ରର ଢେଉ ଆଡିବନ୍ଧକୁ ଡେଇଁ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛି । କେଲୁଣି ମୁହାଣକୁ ପ୍ରତିବର୍ଷ ବର୍ଷା ଋତୁରେ ନଦୀରେ ବନ୍ୟାଜଳ ଆସିଲେ ପ୍ରଶାସନ ପକ୍ଷରୁ ଖୋଲାଯାଇ ଥାଏ । ପୁଣି ଧୀରେ ଧୀରେ ଖରାଦିନେ ଏହି ମୁହାଣଟି ପୋତି ହୋଇଯାଇଥାଏ ।

 

Leave A Reply

Your email address will not be published.