ରାଜ୍ୟରେ ସୁଦୃଢ଼ ହେବ କୋଷ୍ଟାଲ୍ ସିକ୍ୟୁରିଟି, ବ୍ୟବହାର ହେବ ନୂଆ ପ୍ରଯୁକ୍ତିବିଦ୍ୟା : ପୋଲିସ ମହାନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ସୁଦୃଢ଼ ହେବ କୋଷ୍ଟାଲ୍ ସିକ୍ୟୁରିଟି ।  ବ୍ୟବହାର ହେବ ନୂଆ ପ୍ରଯୁକ୍ତିବିଦ୍ୟା । ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ  ।  ରାଜ୍ୟରେ ରହିଛି ୧୮ ମେରାଇନ ପୋଲିସ ଷ୍ଟେସନ ।  ସେମାନଙ୍କ ମଧ୍ୟରୁ ୧୫ଟି ମେରାଇନ ପୋଲିସ ଷ୍ଟେସନରେ ବୋଟ ବ୍ୟବସ୍ଥା ରହିଛି ।  ଆଉ ୩ ଟିରେ ଏଯାଏ କୌଣସି ବୋଟ୍ ବ୍ୟବସ୍ଥା କରାଯାଇନାହିଁ ।

ଯେଉଁ ଯେଉଁ ଜାଗାରେ ବୋଟ୍ ଅଛି ତାହା ପୁରୁଣା ହୋଇଗଲାଣି । ସେଗୁଡିକୁ ଖୁବ୍ ଶୀଘ୍ର ପରିବର୍ତ୍ତନ କରି ନୂଆ ବୋଟ୍ ବ୍ୟବହାର କରାଯିବ । ରାଜ୍ୟରେ ତଟ ରକ୍ଷା ପାଇଁ ନୂଆକରି ବ୍ୟବହାର ହେବ ଏରୀୟଲ ବ୍ୟବସ୍ଥା । ଏଥିପାଇଁ ଉଚ୍ଚ ଦକ୍ଷତା ସମ୍ପର୍ଣ୍ଣ ପ୍ରଯୁକ୍ତିବିଦ୍ୟା ର ବ୍ୟବହାର ହେବ ।

ରାଜ୍ୟରେ ବର୍ତ୍ତମାନ କେନ୍ଦ୍ରୀୟ କମାଣ୍ଡ ସିଷ୍ଟମ କାର୍ଯ୍ୟକାରୀ ହେଉଛି । ସେହିଭଳି ତଟ ସୁରକ୍ଷାକୁ ବ୍ୟାପକ ପାଇଁ ବ୍ୟବହାର ହେବ ଡ୍ରୋନ। ଏହି ସବୁକୁ ରିଅଲ ଟାଇମରେ ଚେକ୍ କରିପାରିବେ କେନ୍ଦ୍ରୀୟ କମାଣ୍ଡ କଣ୍ଟ୍ରୋଲର ସୁରକ୍ଷା ଅଧିକାରୀ । ଏହା ରାଜ୍ୟକୁ ତଟ ରକ୍ଷା କ୍ଷେତ୍ରରେ ଆଗକୁ ନେବା ନେଇ ସେ କହିଛନ୍ତି।