ପୁରୀ : ସାପ ପଶୁଥିଲା ପିଲାଙ୍କ ସ୍କୁଲ ବ୍ୟାଗ୍ରେ, ଅଳ୍ପକେ ରକ୍ଷା ପାଇଲେ ଛାତ୍ର ଛାତ୍ରୀ
ପୁରୀ (କେ ନ୍ୟୁଜ୍): ସ୍କୁଲ ବ୍ୟାଗ୍ରେ ପଶୁଥିଲା ବିଷଧର ନାଗସାପ । ଅଳ୍ପକେ ନଜର ପଡ଼ିଲା ଓ ରକ୍ଷା ପାଇଗଲେ ପିଲା । ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଡ଼ିପଦା ପ୍ରାଥମିକ ବିଦ୍ୟାଳୟରୁ ଏହି ନାଗସାପକୁ ଉଦ୍ଧାର କରାଯାଇଛି । ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ବାହାରକୁ ଆସିଥିବା ବେଳେ ଏହି ୪ ଫୁଟର ସାପଟି ଶ୍ରେଣୀ ଗୃହରେ ପ୍ରବେଶ କରି ପିଲାଙ୍କ ବ୍ୟାଗରେ ପଶିବାକୁ ଚେଷ୍ଟା କରୁଥିଲା । ତେବେ ଠିକ୍ ଏତିକି ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନଜର ତା ଉପରେ ପଡ଼ିବାରୁ ସେମାନେ ତୁରନ୍ତ ସ୍ନେକ୍ ହେଲପ୍ ଲାଇନ୍କୁ ଫୋନ୍ରେ ଡାକିଥିଲେ । ଏହାର ସଦସ୍ୟ ସଂଗ୍ରାମ କେଶରୀ ଦାସ ଆସି ସାପଟିକୁ ଉଦ୍ଧାର କରିଥିଲେ ।