ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଗ୍ନିଜାଣ୍ଟ ସିଇଓ ରବି କୁମାର, ଅଧିକ ପୁଞ୍ଜି ବିନିଯୋଗ ପାଇଁ ଓଡିଶାକୁ କରିବେ ସମର୍ଥନ

ଭୁବନେଶ୍ୱର : ଆରମ୍ଭ ହେଲା ଓଡିଶା ପ୍ରବାସୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ।  ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ହୋଇଛନ୍ତି । ଭାରତର ସବୁଠାରୁ ବଡ କେନ୍ଦ୍ର ଭାବରେ ଭୁବନେଶ୍ୱରରେ କଗ୍ନିଜାଣ୍ଟ କ୍ୟାମ୍ପସର ବିକାଶ ଉପରେ ଉଭୟ ଆଲୋଚନା କରାଯାଇଥିଲା ।

କଗ୍ନିଜାଣ୍ଟର ନିଜସ୍ୱ କ୍ୟାମ୍ପସ୍ ସୁବିଧାର ବିକାଶ ପାଇଁ ଭୁବନେଶ୍ୱର ସହର ମଧ୍ୟରେ ଜମି ଆବଣ୍ଟନ କରିବାକୁ ରାଜ୍ୟ ସରକାର ଖୁସି ହେବେ ଏବଂ ଏହାକୁ ଭାରତର ବୃହତ୍ତମ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି । ଆଲୋଚନା ସମୟରେ ରବି କୁମାର ଭୁବନେଶ୍ୱରରେ ଏହାର କେନ୍ଦ୍ରର ଅଭିବୃଦ୍ଧି ଉପରେ ଖୁସି ବ୍ୟକ୍ତ କରିଥିଲେ ଏବଂ ଆଗାମୀ ପାଞ୍ଚ ବର୍ଷରେ ଏହା ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି କହିଥିଲେ ।

ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସକ୍ଷମ ସେବା କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ ପାଇଁ CM କଗ୍ନିଜାଣ୍ଟ ସିଇଓଙ୍କ ସହଯୋଗ ଲୋଡିଥିଲା। ଆଇଟି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଏବଂ ଅଭିବୃଦ୍ଧି ଆଣିବା ପାଇଁ ସେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ସିଇଓ କହିଛନ୍ତି ।