ହାଡ଼ ଭଙ୍ଗା ଶୀତରେ ଥୁରୁ ଥୁରୁ ଓଡ଼ିଶା, ଆଉ ଦୁଇ ଦିନ ଜାରି ରହିବ

କେନ୍ୟୁଜ (ବ୍ୟୁରୋ):  ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । ପ୍ରବଳ ଶୀତ ସାଙ୍ଗକୁ କୁହୁଡ଼ି ଜନଜୀବନ କଲବଲ କରିପକାଉଛି । ଶିମିଳିପାଳ, ବଣାଇ, ଦାରିଙ୍ଗିବାଡ଼ ଓ କୋରାପୁଟର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଆଜି ପାଇଁ ୩ ଜିଲ୍ଲା ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୋଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇବ ରାତି ତାପମାତ୍ରା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା । ଏଠାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଯାହାକି ଚଳିତବର୍ଷ ଶୀତ ଋତୁରେ ସବୁଠୁ କମ୍‌ ତାପମାତ୍ରା । ୧୦ ଡିଗ୍ରୀ ସେଲିସୟସ ତଳେ ୨୧ଟି ସହରର ପାରଦ ରେକର୍ଡ କରାଯାଇଛି। ରାଜ୍ୟକୁ ଉତ୍ତରପଶ୍ଚିମା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହ ଯୋଗୁ ତାପମାତ୍ରା ଖସିବା ସହ ଶୀତ ଲହରୀ ଜାରି ରହିଛି ।

 

Leave A Reply

Your email address will not be published.