ରାଜ୍ଯକୁ ପୁଣି ଫେରିଲା ଶୀତ, ଆରମ୍ଭ ହେଲା ପୁଣି ଥଣ୍ଡାର ପ୍ରକୋପ

କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ଯକୁ ଫେରିଛି ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଅନୁଭୂତ ହୋଇଥିବାବେଳେ ଉପକୂଳରେ ବି ଥଣ୍ଡା ବଢିବାରେ ଲାଗିଛି । ପାଣିପାଗ ପୂର୍ବାନୁମାନ କହୁଛି, ଆଉ ୨-୩ ଦିନ ଏଭଳି ଥଣ୍ଡା ପ୍ରକୋପ ଜାରି ରହିବ । ତା’ପରେ ପୁଣି ଶୀତ ପ୍ରକୋପ କମିଯିବ ।

ଆସନ୍ତା ୨୪ ଘଣ୍ଟା ଭିତରେ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମିବ । ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ କମ୍ ରହିବ । ଗୁରୁବାର ରାତିରୁ ହଠାତ୍ ପାରଦ ଖସିଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ତାପମାତ୍ରା ୭.୪ ଡିଗ୍ରୀ ସେଲସିୟସକୁ ଖସିଯାଇଥିଲା। ସୁନ୍ଦରଗଡ଼ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ ଦାରିଙ୍ଗିବାଡ଼ି ୮.୫ ଥିଲା। ବଲାଙ୍ଗିର ୧୦, ଭବାନୀପାଟଣା ୧୦.୪, ବୌଦ୍ଧ ୧୦.୫, ସୋନପୁର ୧୦.୬ ଓ ସମ୍ବଲପୁର ୧୧, ଟିଟିଲାଗଡ଼ ୧୧ ଡିଗ୍ରୀ ଥିଲା । ଦିନ ତାପମାତ୍ରା ମଧ୍ୟ କମିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.