କମିବ ଶୀତ, ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ, ଥରୁଛି ଆଭ୍ୟନ୍ତରୀଣରୁ ଉପକୂଳ । ହେଲେ ଏଭଳି ଶୀତ ଆହୁରି ୨ ଦିନ ଯାଏ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦୁଇ ଦିନ ପରେ ବଢିବ ତାପମାତ୍ରା ,କମିବ ଶୀତ । ଆସନ୍ତା ୨ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବାକୁ ନଥିବା ବେଳେ ୨ ଦିନ ପରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ ।
ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ । ପ୍ରଭାବରେ ହାଲୁକା ଶୀତ ସହ ଅନୁଭବ ହେବାକୁ ଥିବା ବେଳେ ଘନ କୁହୁଡି କରିବ କଲବଲ। ୧୩ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ସତର୍କତା ରହିଥିବା ବେଳେ ସୁନ୍ଦରଗଡ, ଢେଙ୍କାନାଳ ,ଅନୁଗୁଳ କନ୍ଧମାଳ ଏବଂ କୋରାପୁଟରେ ଘନ କୁହୁଡି ଅନୁଭୁତକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ଏହାସହ ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା କେନ୍ଦୁଝର ,ଖୋର୍ଦ୍ଧା , କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରିକରାଯାଇଛି । ସେହିପରି ଆସନ୍ତାକାଲି କୋରାପୁଟ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡରେ ଘନ କୁହୁଡିର ଦୃଶ୍ୟକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ।
ଆସନ୍ତାକାଲି ହାଲୁକା କୁହୁଡି ନେଇ ଝାଂସୁଗୁଡା, କେନ୍ଦୁଝର,କଳାହାଣ୍ଡି, ଖୋର୍ଦ୍ଧା, କଟକ , ଜଗତସିଂହପୁର , କେନ୍ଦ୍ରାପଡା , ଯାଜପୁର, ଭଦ୍ରକ ଓ ପୁରୀରେ ହାଲୁକରୁ ମଧ୍ୟମ ଧରଣର କୁହୁଡିର ସତର୍କତା ଜାରି କରାଯାଇଛି ।