ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଯିବନି ରାସ୍ତା, ବଢିବ କୁହୁଡ଼ିର ପ୍ରକୋପ

ଭୁବନେଶ୍ବର : ଶୀତ ସାଙ୍ଗକୁ ଘନ କୁହୁଡ଼ି ।  ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି ।  କୁହୁଡ଼ି ଯୋଗୁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଛି ।  ୫୦ ମିଟର ତଳକୁ ଖସିଆସିଛି ଦୃଶ୍ୟମାନ କ୍ଷମତା ।

ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।  ଘନ କହୁଡି ପାଇଁ ଆଜି ୧୧ ଜିଲ୍ଲାକୁ ଆଲର୍ଟ କରାଯାଇଛି ।  ଏସବୁ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, କଳାହାଣ୍ଡି, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ କୁହୁଡିର ରାଜ୍ ।

ଏପଟେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଫଳରେ ଶୀତ ସାମନ୍ୟ କମିପାରେ । ୩ ଦିନ ପରେ ପୁଣି ବଢ଼ିବ ଶୀତ। ଆଗାମୀ ୧୬ ତାରିଖ ଯାଏଁ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।

You might also like