ପ୍ରବଳ ଶୀତରୁ ନାହିଁ ନିସ୍ତାର, ଆଗାମୀ ୬ ଦିନ ଯାଏ ହେବ ଶୀତ

ସୁବର୍ଣ୍ଣପୁର : ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ପ୍ରବଳ ଶୀତରୁ ନାହିଁ ନିସ୍ତାର । ଆଗାମୀ ୬ ଦିନ ଯାଏ ଥରାଇବ ହାଡ଼ଭଙ୍ଗା ଶୀତ । ଦେଶର ଉତ୍ତର ଭାଗରେ ପଶ୍ଚିମାଝଡ଼ ସତ୍ତ୍ବେ ଓଡ଼ିଶାରେ ଶୀତଲହରୀ ଜାରି ରହିଛି । ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ସୁବର୍ଣ୍ଣପୁର ବାସିନ୍ଦା ।

ଗତ କିଛି ଦିନ ହେବ ପ୍ରବଳ ଶୀତ ସାଙ୍ଗକୁ ଜାଡର ମାଡରେ ଜୀବନଜୀବିକା ଏକପ୍ରକାର ଠପ ହୋଇଛି । ବୀରମହାରାଜପୁର ହିଲୁଙ୍ଗ ଗାଁରେ ସନ୍ଧ୍ୟା ହେଲା ମାତ୍ରେ ଗାଁ ଦାଣ୍ଡ ଶୂନଶାନ । ପଡ଼ୁଛି ଘର ତାଟି କବାଟ । ସକାଳ ୧୦ଟା ପୂର୍ବରୁ ଲୋକେ ବାହାରକୁ ବାହାରି ପାରୁନାହାଁନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗାଁ ଦାଣ୍ଡରେ ନିଆଁ ପୁଉଁଛନ୍ତି ଲୋକେ ।

Also Read : ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ବତନ୍ତ୍ର…