ପୁଣି ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଛି ଶୀତ:୧୫ ଡିଗ୍ରୀ ତଳେ ୧୯ ସହର

କେନ୍ୟୁଜ୍(ବ୍ୟୁରୋ): ଥରାଇଲାଣି ଜାଡ। ପୁଣି ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଛି ଶୀତ। ୧୫ ଡିଗ୍ରୀ ତଳେ ୧୯ ସହର। ସୁନ୍ଦରଗଡ଼ ଜିଲ୍ଲା କିରେଇଠାରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୧୦ ଡିଗ୍ରୀ, ଶିମିଳିପାଳରେ ୧୦, ଦାରିଙ୍ଗିବାଡ଼ିର ଓ ଫୁଲବାଣୀରେ ୧୦.୫ ଡିଗ୍ରା ତାପମାତ୍ରା ରେକର୍ଡ ହୋଇଛି। ଟ୍ଵିନ୍‌ସିଟିରେ ମଧ୍ୟ ୧୫ ଡିଗ୍ରୀ ତଳକୁ ଖସିଛି ପାରଦ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆହୁରି ତଳକୁ ଖସିବ ରାତି ତାପମାତ୍ରା। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢି ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।